STORYMIRROR

Debabrata Mishra

Tragedy Thriller Others

4  

Debabrata Mishra

Tragedy Thriller Others

ମୃତ୍ୟୁର କେତେ ରୂପ

ମୃତ୍ୟୁର କେତେ ରୂପ

1 min
368


ଜାଣିଛ ତୁମେ? 

ହଁ ଜାଣିଥିବ ନିଶ୍ଚେ ମରଣ ର ଅର୍ଥ

ଏଠି ପ୍ରତିଦିନ ପ୍ରତି ମୁହୁର୍ତ୍ତରେ ଅନେକ ମରେ, 

ଗୋଟିଏର ଜନ୍ମ ଆଉ ଗୋଟେର ମୃତ୍ୟୁ

ପ୍ରେମ ଜନ୍ମ ନେଲେ ପାପର ଓ

ପାପ ଜନ୍ମ ନେଲେ ପ୍ରେମର ମୃତ୍ୟୁ, 


ଅନୁଭବ କରିଥିବ ତ କେବେ! 

ଲୋଭର ଜନ୍ମ ଗୁପ୍ତରେ ହୁଏ 

ସ୍ୱାର୍ଥର ଜନ୍ମ ଅଗୋଚରେ ହୁଏ ସମାଜର

କିନ୍ତୁ ନୀତି, ଆଦର୍ଶ ଓ ବୀବେକର 

ଅବା ଧର୍ମର ମୃତ୍ୟୁ ହୁଏ ସାର୍ବଜନୀନ,


କେବେ ଥରେ ଭାବିଥିବ ନିଶ୍ଚେ! 

ଭିତରର ଇଛା ମରିଗଲେ 

ସ୍ୱାଦ ମରେ, ସ୍ନେହମରେ ମରେ ସୌହାର୍ଦ୍ଦ୍ୟ

ଜନ୍ମନିଏ ବିଷାଦର ବିଷାକ୍ତ ବଳୟ, 

ଅନ୍ଧକାରର ଗୁମ୍ଫା ଭଲଲାଗେ ଲୁହ 

ଆଉ କେବେକେବେ ଦଉଡ଼ି, ରେଳଧାରଣା, 


ଜାଣିଛ ନା! 

ଯେବେ ନିଷ୍ଠୁର, ନିର୍ଦୟତା ନିଏ ଜନ୍ମ

ମରିଯାଏ ଦୟା, କ୍ଷମା, କରୁଣତାର କର୍ତ୍ତବ୍ଯ

ସମ୍ପର୍କର ମଧୁରତା ଆବିଳତା

ଆପଣରୁ ତୁମେ ତୁମେରୁ ତୁ ତୁ ରୁ ବେ 

ଅର୍ଥ ନଥିଲେ ସ୍ୱାର୍ଥ ମରେ

ବିନା ସ୍ୱାର୍ଥ ରେ ଜଗତ ବି ଅସମ୍ଭବ 

ଆମେ ତ ତୁଚ୍ଛ ମଣିଷ, 


ଯେଉଠି ଜନ୍ମନିଏ କାମର ରାକ୍ଷସ

ସେଠି ମରେ ପୌରୁଷ ସେଠି ମରେ ମାନବ ଧର୍ମ

ଯାହାର ରକ୍ତ ମାଂସରେ ନରଟିଏ ସ୍ନାନକରେ, 

ଅନୁନୟ ବିନୟ ବିକଳ ଚିତ୍କାର ଶୁଣିଶୁଣି ନାରୀର

ଏକ କ୍ରୁରତାକୁ ଆନନ୍ଦ ର ଆଖ୍ୟା ଦେଇ, 

ସେଠି ମରେ ଧରିତ୍ରୀ ସେଇଠି ମରେ ପୂଣ୍ୟ

ଆଇନ ମରେ କାନୁନ୍ ମରେ ଜନ୍ମନିଏ ପାପ, 


ଆମେ ସମସ୍ତେ ତ ମରିସାରିଛେ ସେବେ

ଯେବେ ପ୍ରଶ୍ନ କରୁଛେ ଦେଶ ମାଟି 

ଆମକୁ କ'ଣ ଦେଇଛି?

ସେବକର ମିଛ ପ୍ରଲେପରେ ନେତା ମରିଯାଏ

ଯେବେ ଜନ୍ମନିଏ ତା ମନରେ ଚୌକିର ଚିତ୍ର, 


ଏଠି ଭୋଟ ଆସିବନି ସେଠାକୁ ଚାଲ

ମଦ ବିନା ଆମର ଅସ୍ତିତ୍ବ ନାହିଁ

ମଦକୁ କେହି ବନ୍ଦ କରିବାର ଚିନ୍ତା ବି ନ କର, 

ଆଉ ଗରୀବ, ବେକାରୀ ତ 

ଆମ ପାଇଁ ସୁନାଅଣ୍ଡାଦିଆ କୁକୁଡ଼ା

ଆଉ କିଛି ଟଙ୍କାରେ ଯେବେ ବିକ୍ରୀ ହୁଏ ଗଣତନ୍ତ୍ର

ସେଠି ମରିଯାଏ ସାର୍ବଭୌମ ଜନମଙ୍ଗଳ ର କଥା, 


ତେଣୁ ଅନେକ ପାପ ଜନ୍ମ ନେଇ ସାରିଛି

ପୂଣ୍ୟ ତ ମରୁଛି ମରିବ ନିଶ୍ଚିତ

ମଣିଷ ହିଁ ତ ପାପର ସଜ୍ଞା ପାଲଟିଛି, 

ଯେବେ ଜନ୍ମନିଏ ଶିଳ୍ପ 

ସେବେ ମରିଯାଏ ଜଙ୍ଗଲର ଜୀବନ

କେତେ ପଶୁପକ୍ଷୀ କୀଟପତଙ୍ଗ ର ପ୍ରାଣ, 


ଆଉ ରକ୍ଷା ନାହିଁ ମଣିଷର

ଏବେ ଏବେ ଜନ୍ମ ନେଇଛନ୍ତି ଈଶ୍ବର

ଏକ ବିଜ୍ଞାନ ର ଅବତାରେ

ଭୁତାଣୁର ଅବତାରେ, 

ତୁମେ ହସୁଛ ଏ କଥାରେ ହସୁଥାଅ

କାଲି ମୁଁ ତୁମେ ସମସ୍ତେ ମରିବା

ଆଉ ଜନ୍ମନେବ ଏକ ନୂତନ ଧରିତ୍ରୀ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy