STORYMIRROR

Prafulla Chandra Mishra

Thriller

4  

Prafulla Chandra Mishra

Thriller

ମହା ଜାଗତିକ ଯୋଗ

ମହା ଜାଗତିକ ଯୋଗ

1 min
263


ଶୁଭ ଅଶୁଭ ର ଆଲୁଅ ଛାଇ ର ଖେଳ ମହା ଆକାଶରେ

ଦୃଶ୍ୟମାନ ହୁଏ ଏହି ମହା ଯୋଗ ଅମାବାସ୍ୟା ଲଗନରେ

ଏହି ମହାଯୋଗ ସକଳ ଶକ୍ତି ର ଉତ୍ସ ସୂର୍ଯ୍ୟ‌ଙ୍କ ଉପରେ

ସଂଗଠିତ ହୁଏ ସୂର୍ଯ୍ୟ ପରାଗରେ ବର୍ଣ୍ଣିତ ବେଦ ଶାସ୍ତ୍ରରେ ।।


ସୂର୍ଯ୍ୟ ଚନ୍ଦ୍ର ଉଦେ ଅସ୍ତ ପ୍ରକୃତିକ ପ୍ରକ୍ରିୟା, “ତାଙ୍କ ଉପରେ 

ପ୍ରଭାବ ପଡିଲେ”ପ୍ରକୃତି ବି ପ୍ରଭାବିତ ସ୍ଵାଭାବିକ ଭାବେ  

ହୋଇଥାଏ ଏହା ସମସ୍ତେ ନିଶ୍ଚୟ ଅନୁଭବ କରୁଥିବେ

ଅସତ୍ୟ ନୁହେ ୟେ ସତ୍ୟ ଚିରନ୍ତନ ବର୍ଣ୍ଣିତ ଅଛି ବେଦରେ ।।


ପ୍ରଭାବିତ ଯେବେ ହୁଅଇ ପ୍ରକୃତି, “ଏଇ ଜୀବ ଜଗତରେ

ପରିବର୍ତ୍ତନ ତ” ସାଧାରଣ କଥା ଘଟିଥାଏ ୟେ ବିଶ୍ଵରେ

ଜନ୍ମ ମୃତ୍ୟୁ ଭଲ ମନ୍ଦ ସୁଖ ଦୁଃଖ ସମାନ୍ତରାଳ ଗତିରେ

ଗଡି ଚାଲିଥାଏ ସମୟ ଏମିତି ଯୋଗ ଲଗ୍ନ ମୁହୁର୍ତ୍ତରେ ।।


ଏ ନୁହଇ ଅନ୍ଧ ବିଶ୍ଵାସ ରେ ବନ୍ଧୁ ଏହା ପ୍ରାକୃତିକ ଖେଳ

ସଂଗଠିତ ହୁଏ ସୌର ମଣ୍ଡଳରେ ଯେବେ ଆସଇ ତା ବେଳ

ନୀୟମ ରେ ବନ୍ଧା ୟେ ସାରା ଜଗତ ଦିନ ମାସ ବର୍ଷ ଋତୁ

ବଦଳାଇ ଦେବା ଅସମ୍ଭବ ସିନା ମିଛରେ ଖାଲି ଗରଜୁ ।।


ନୀତି ନିୟମକୁ ଅଣଦେଖା କରି ଅସନ୍ତୁଳିତ ଜଗତ 

ହେଇଗଲେ ଶେଷେ ଶେଷ ହୋଇଯିବ ମୋର ୟେ ଜୀବ ଜଗତ

ଅନ୍ଧବିଶ୍ଵାସ ୟେ କହି ନୀୟମକୁ କର କିଆଁ ଉପହାସ

ଏମିତି ହୋଇଲେ ହରାଇ ବସିବ ମଣିଷ ନିଜ ବିଶ୍ଵାସ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller