STORYMIRROR

Sunanda Mohanty

Abstract Thriller Others

4  

Sunanda Mohanty

Abstract Thriller Others

ପ୍ରେମିକା ହସ

ପ୍ରେମିକା ହସ

1 min
285


ପ୍ରେମିକା ଓଠ ଗାଁ ନଈ

କୁଳୁ କୁଳୁ ଯାଏ ଯେବେ ବହି

କୂଳରେ ମାଜେ ନବବଧୂ କେହି

ଅଳତା ପାଦ ଗୋଇଠି ସେହି

ନଈ ତୁଠ ବରଗଛ ଠିଆ ହୋଇ

ହସେ ଫୁଲମତି କିଆ ଓ କେତକୀ

ପକ୍ଷୀ ଡାକେ ସକାଳେ ସନ୍ଧ୍ୟାରେ ଯହିଁ

କହିପାରିବୁକି ସହି ଏହାଠୁ ସୁନ୍ଦର

ପ୍ରେମିକା କୋଉଠି କାହାର କାହିଁ ।


ପଦ୍ମ ଫୁଲ ଫୁଟି ନଈ ଚନ୍ଦ୍ରମୁଖୀ

ଚାହେଁ ସଳଖି ସନ୍ଧ୍ୟାରେ ସୁମୁଖୀ

ପ୍ରତିଛବି ଦେଖି ତାରା ଓ ଜହ୍ନ ନିରେଖି

ସତେ ସୂର୍ଯ୍ୟ ଛାଇ ଦିନର କୁହୁକୀ

କଇଁ ସବୁ ଦନ୍ତପଂକ୍ତି ସୁନ୍ଦର ଦିଶନ୍ତି

ପ୍ରେମିକା ଓଠରେ ତାରା ଫୁଲ ଦେଖି

ହସେ କଳା ପକ୍ଷୀ ପ୍ରେମିକା ହିଁ ସାକ୍ଷୀ ।


ଜାଗୁଲୁ ଜାଗୁଲୁ ଅନ୍ଧାରେ କେହି

କୁଳଭୂଆଶୁଣୀ ହଳଦୀ ମାଖଇ

ଜହ୍ନ ଦେଖି ଲାଜେ ମୁହଁକୁ ଘୋଡେଇ

ଅଳସୀ ଅତସୀ ଚନ୍ଦ୍ରନୟନୀ ଗଜଗାମିନୀ

କାଖେ ଧରି ଗରା ଚନ୍ଦ୍ରହାସିନୀ

ଚାରୁ ସୁହାଆସିନୀ କଜ୍ଜ୍ୱଳ ବରଣୀ

ସକାଳ ପାହିଲା ରାବିଲାଣି କାଉ କହି

ଯାଉଥାଏ ଚାଲି ବାଜେ ପାଦର କିଙ୍କିଣୀ

ଏମିତି ନହୁଲି ଓଠରେ ଚହଲି

ପ୍ରେମିକାର ହସ ଧାରେ ବଞ୍ଚିପାରେ କେହି ।


ଏଇତ ଜୀବନ ଯମୁନା ନଈ କହି

ସର୍ବେ ବଞ୍ଚିଯାଆନ୍ତି ହୋଇ କୋଳାକୋଳି

ପ୍ରେମିକା ଓଠର ଛନ୍ଦରେ ମଦିରା ଗନ୍ଧରେ

ଅଢେଇ ଦିନର ଜୀବନ ନେଇ

ବଞ୍ଚିଯିବା ଦୁଇଘଡି ମନକୁ ମୋହି

କିଏ ସାତ କିଏ ସତର ବୋଲାଇ

ପ୍ରେମିକା କରିଛି ବାଇଆ ଏଠାରେ ସଭିଙ୍କୁ 

ଗାଁ ଭାରି ଭଲଲାଗେ ନଈଟି ପାଇଁ

ତା ଓଠର ଉଷ୍ମତା ସଭିଙ୍କୁ ଦିଏ ଜିଆଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract