STORYMIRROR

ସୁଧାଂଶୁ ଶେଖର ଜେନା

Drama Thriller Others

4  

ସୁଧାଂଶୁ ଶେଖର ଜେନା

Drama Thriller Others

ତୁମେ ଆଉ ତୁମେ ହେଇ ନାହଁ

ତୁମେ ଆଉ ତୁମେ ହେଇ ନାହଁ

2 mins
344

ହେ ମୋର ସୁନେଲି ସପନ,

ତୁମେ ଆଉ ତୁମେ ହେଇ ନାହଁ,

ସାଜିଛି ମୋ ସୁନେଲି ସପନର ବାଧକ।


ଉତ୍ତର ପବନ ପରି ଉଡ଼େଇ ନେଉଛ,

ଦିଗ ହରା କରି ଛାଡ଼ି ଯେ ଦେଉଛ

ଅଭିଯୋଗ କରିବି ବା କାହା ପାଖେ,

ସବୁ ଖୁସି ଓ ଦୁଃଖର ଭାଗୀଦାର ତ ମୁଁ।


ଫେରାଇ ଦେବକି ମୋ ସୁନେଲି ସପନ,

ସେଇ ସପନରେ ଗଢ଼ିବି ଏକ ନୂତନ ଭବନ

ହେ ସପନ ତୁମେ ଆଉ ତୁମେ ହେଇ ନାହଁ,

ଦେଖିବି ମୁଁ ଏକ ନୂତନ ସପନ ।


ପୂରୁବ ଆକାଶେ ଉଇଁଲେଣି ରବି,

କାକର ଶ୍ୱାନରେ ଖୋଲିଲିଣି ନୂଆ ଘର ଚାବି

ଘର ବାରଣ୍ଡା ତ ଓଳେଇ ଦେବେ,

ମନରେ ଉଠିଥିବା ପ୍ରଶ୍ନକୁ କେଉଁଠି ବା ଫୁପାଡ଼ିବେ।


ସବୁ କିଛି ପ୍ରଶ୍ନ ଉଙ୍କି ମାରୁଥିଲା,

ମୋ ପାହାନ୍ତିଆ ସପନେ ଉତ୍ତରର ଅପେକ୍ଷାରେ,

ଘୁରି ବୁଲୁଥିଲା ମନ ମୋ ଏଇ ଉପବନେ।


ତୁମେ ଆଉ ତୁମେ ହେଇ ନାହଁ

ଫେରିଆସ ହେ ମୋର ଅଧୁରା ସପନ,

ତୁମକୁ ନେଇ ଗଢ଼ିବା ପାଇଁ ଚାହେଁ ମୋ ନୂତନ ସପନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama