STORYMIRROR

ସୁଧାଂଶୁ ଶେଖର ଜେନା

Abstract Classics Others

3  

ସୁଧାଂଶୁ ଶେଖର ଜେନା

Abstract Classics Others

ଆସିଛି ରଜ

ଆସିଛି ରଜ

1 min
188

ବରଷକେ ପରେ ଆସିଛି ରଜ,

ଉତ୍ତପ୍ତ ଭରା ସାରା ରାଇଜ ।


ବନକୁ ପୋଡ଼ି କଲେଣି ଧୁଆଁ, 

ଗଜରାଜ ରାଗି ହେଲାଣି ନିଆଁ ।


ଆମ୍ବ ପଣସକୁ ପଚାରେ କିଏ,

ପିଜ୍ଜା ବରଗର୍ ପେଟ ପୂରାଏ ।


ଲୁଡୁ ତାସ୍ କିଏ ଛୁଉଁଛି,

ଦିନ ସାରା ବସି ରିଲ୍ ଦେଖିଛୁ ।


ବରଷକେ ପରେ ଆସିଛି ରଜ

ଉତ୍ତପ୍ତ ଭରା ସାରା ରାଇଜ ।


ରଜ ଦୋଳି କଟ କଟ ସୁଭଇ ନାହିଁ

ମଡନ୍ ଦୋଳି ସଭିଙ୍କ ମନ ଜିଣଇ ।


ଭାଇ ପିନ୍ଧୁ ନାହିଁ ସୁନା ମୁକୁଟ,

ଭାଇ ଭାଗ୍ୟରେ ପରା ବେଙ୍ଗଲୁରୁ ,ସୁରଟ ।


ବାର ବର୍ଷରେ ତେର ପର୍ବ,

ତନ୍ମଧ୍ୟରୁ ରଜ ପର୍ବ ଗଣ ପର୍ବ ।


ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ,

ଦ୍ଵିତୀୟ ଦିନ ସଂକ୍ରାନ୍ତି ରଜ ।


ତୃତୀୟ ଦିନ ଭୂମି ଦହନ, 

ଅନ୍ତିମ ଦିନ ବସୁମତୀ ସ୍ନାନ ।


ରଜ ଶବ୍ଦର ଅର୍ଥ ରଜବତୀ,

ଏହି ଦିନରେ ଚାଷୀମାନେ ନିଅନ୍ତି ବିରତି ।


ରଜରେ ପୋଡ଼ ପିଠା ପାନ ସହିତ ହୁଅଇ ମଉଜ,

ଗାଁ ଗଣ୍ଡାରେ ରାମଦୋଳି,ଚକ୍ରଦୋଳି,ପାଟଦୋଳି,ଦାଣ୍ଡିଦୋଳି ହୁଅଇ ସଜ ବାଜ ।


ଝିଅମାନେ ରଜ ଦୋଳି ଓ ପୁଚି ଖେଳି ହୁଅନ୍ତି ସଜ ବାଜ,

ପୁଅମାନେ ଲୁଡୁ, ତାସ, ବାଗୁଡ଼ି ଖେଳି କରନ୍ତି ମଉଜ ।


କୁମାରୀ କନ୍ୟାମାନେ 

ଗୀତ ଗାଇ ଦୋଳି ଝୁଲନ୍ତି,

ବନସ୍ତେ ଡାକିଲା ଗଜ

ବରଷକେ ଥରେ ଆସିଛି ରଜ,

ଆସିଛି ରଜ ଲୋ

ଘେନି ନୂଆ ସଜବାଜ ।


Rate this content
Log in

Similar oriya poem from Abstract