ତୁମ କାନର ଝୁମୁକା
ତୁମ କାନର ଝୁମୁକା
ଶୀତ ସକାଳ
କୁହୁଡ଼ିର ବେଳ।।
ତୁମ କାନର ଝୁମୁକା ଦେଖି
ମନ ହୋଇଯାଇଥିଲା ଚଳଚଞ୍ଚଳ।।
ଛୁକୁ ଛୁକୁ ସେଇ ରେଳ ଇଞ୍ଜିନ ର ଶଦ୍ଦ
ଶାନ୍ତ କରି ରଖିଥିଲା ମୋ ମନ ର ଆବେଗ।।
ଝରକା ପାଖେ ଯେବେ ଆସେ ମଳୟ ପବନ
ଅଶାନ୍ତ କରିଦିଏ ଏ କାଳ୍ପନିକ କବିର ମନ।।
ବୁଲି ଦେଖେ ଯେବେ ସେ ଆଖ ପାଖକୁ
ଦେଖିବା କୁ ପାଏ ତା କାନର ଝୁମୁକାକୁ।।
ଅଥୟ ମନକୁ ବୁଝେଇ ପାରୁନି
ତୁମ କାନର ଝୁମୁକା
ରାଣ ଦେଇ ସହି ବି ପାରୁନି।।
କଳ୍ପନାରେ ହେଉ ଅବା ବାସ୍ତବତାରେ
ତୁମ କାନର ଝୁମୁକା ଦେଖିବାକୁ ଚାହେଁ
ସେ ସବୁ ପରିସ୍ଥିତିରେ ।।

