STORYMIRROR

ସୁଧାଂଶୁ ଶେଖର ଜେନା

Abstract Others

4  

ସୁଧାଂଶୁ ଶେଖର ଜେନା

Abstract Others

ଅଧୁରା ସପ୍ନ

ଅଧୁରା ସପ୍ନ

1 min
295

ପ୍ରଥମ ପ୍ରେମର ପହିଲି ସଙ୍ଗମ

ହୃଦୟର ଗୀତ ଗାଉଥାଏ,

ତୁମେ ମୋ ପ୍ରେମର ଅଢେଇ ଅକ୍ଷର

ଅସମ୍ପୂର୍ଣ୍ଣତାକୁ ସମ୍ପୂର୍ଣତା କରୁଥାଏ !!


ମୁଁ ହେଇଯିବି ଦୁଷ୍ମନ୍ତ ତୁମର

ତୁମେ ହୋଇଯାଅ ଶକୁନ୍ତଳା ମୋର ,

ଆମ ପ୍ରେମର ଉଦାହରଣ ଦେଖି 

ଜଳିବେ ଏ ଦୁନିଆର ପ୍ରେମିକ ପ୍ରବର !!


କୋଇଲିର ସ୍ୱର ଲଗେ ବସନ୍ତେ ମଧୁର

ଅନ୍ୟ ଦିନ ଲାଗେ ଟିକେ ଫିକା,

ଗ୍ରୀଷ୍ମ ପ୍ରବାହରେ କୃଷ୍ଣଚୁଡା ହସେ 

ତୁମ ମୁଖ ଆଗେ ସବୁ କିଛି ଫିକା !!


ତୁମେ ଅଟ ସେଇ ପୁନେଇଁର ଜହ୍ନ

ମୁଁ ତୁମେ ପାଖେ ଥିବା ମିଞ୍ଜି - ମିଞ୍ଜିଆ ତାରା,

ପାହାନ୍ତିଆ ସପନ ଯୁଗଳ ନୟନ 

ଅଧା ଅଧୁରାରେ ସପ୍ନ ଯାଏ ଭାଙ୍ଗି ପରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract