STORYMIRROR

ସୁଧାଂଶୁ ଶେଖର ଜେନା

Romance Others

4  

ସୁଧାଂଶୁ ଶେଖର ଜେନା

Romance Others

ମୁଁ ଯଦି ହୋଇଥାନ୍ତି

ମୁଁ ଯଦି ହୋଇଥାନ୍ତି

1 min
366

ମୁଁ ଯଦି ହୋଇଥାନ୍ତି କବି ଟିଏ

ସବୁ ସୁନ୍ଦରତାର ଉପମା ରେ 

ସଜେଇ ଲେଖି ଥାଆନ୍ତି!

ତୁମ ପାଇଁ କବିତା ଟିଏ।


 ମୁଁ ଯଦି ହୋଇଥାନ୍ତି

 ଖୋଲା ଆକାଶ ର ଭସା ବାଦଲ!

 ତୁମ ସହ ଭାସି ହୋଇ, 

 ଦେଖିଥାନ୍ତି ଇନ୍ଦ୍ର ଦେବଙ୍କ ରାଜ ମହଲ।


ମୁଁ ଯଦି ହୋଇଥାନ୍ତି,

ସରଗ ର ଚାନ୍ଦ ଟିଏ!

ରହିବା କୁ ଚାହିଁ ଥାଆନ୍ତି,

ହୋଇ ତୁମ ମଥାର ବିନ୍ଦିଟିଏ।


 ମୁଁ ଯଦି ହୋଇଥାନ୍ତି,

 ସାଗର ର ଅଂଶ ଟିଏ 

 ସବୁ ଲହଡ଼ି ର ଶଦ୍ଦ ସହି,

 ଶାମୁକା ଭିତରେ ହୋଇଥାନ୍ତି!

 ତୁମ ପାଇଁ ଛୋଟ ମୁକ୍ତା ଟିଏ।


ମୁଁ ଯଦି ହୋଇଥାନ୍ତି,

ସୁବାସିତ ପୁଷ୍ପ!

ତୁମ ମସ୍ତକ ଶୋଭା ପାଇଥାନ୍ତା 

ହୋଇ ନତମସ୍ତକ ।


Rate this content
Log in

Similar oriya poem from Romance