STORYMIRROR

ସୁଧାଂଶୁ ଶେଖର ଜେନା

Fantasy Others

3  

ସୁଧାଂଶୁ ଶେଖର ଜେନା

Fantasy Others

ଆଶା ମୟ ଜୀବନ

ଆଶା ମୟ ଜୀବନ

1 min
132

ନୀରବତାର ପ୍ରତିଧ୍ଵନି

ପାଖେ ଦୁହେଁ ଥିଲୁ ଶାନ୍ତ ,

ସାକ୍ଷାତର କିଛି କ୍ଷଣ ମଧ୍ୟ

ସେ ହୋଇଥିଲା ଅଶାନ୍ତ ।।


ସପ୍ନ ସବୁ ସପ୍ନ ହୋଇ ରହିଗଲା ,

ତା ନିରବତା ଚେହେରା

ସବୁ କିଛି ଆଙ୍କି ଦେଲା ।।


ଭାବନା ରାଇଜେ

ତା ଭାବନା ତ ଆସେ ,

ତା ମୁଖ ଦେଖି ଦେଲେ

ପୂର୍ବ କଥା ସବୁ

ଭସା ବାଦଲ ପରି ଭାସେ ।।


ଭୁଲ୍ ଥିଲା ଆମ ଦୁହିଁଙ୍କର ,

ଦୂରତାର ସୀମା ଭୁଲି

ଗଢ଼ିଥିଲୁ ସମ୍ପର୍କ ଆମର ।।


ସମ୍ପର୍କର ସେତୁବନ୍ଧ 

ହୋଇନଥିଲା ନିର୍ମାଣ ,

ସେଥିରେ ବନ୍ଧା ପଡ଼ିଥିଲା

ଦେଇଥିବା ରାଣ ।।


ଭୁଲ୍ ଥିଲା ଆମ ଦୁହିଁଙ୍କର

ଅଟ୍ଟହାସ୍ୟ ପରି ସମ୍ପର୍କ ଗଢ଼ିଲୁ,

ଘନ ଅନ୍ଧକାରରେ

ଦୁହେଁ ଦୁହିଁଙ୍କ ହାତ ଛାଡିଲୁ ।।


କିଛି କ୍ଷଣ ନିଶବ୍ଦରେ

ଆମେ ଦୁହେଁ ଥିଲୁ ,

ଏ ସାର ଜଗତର ଶବ୍ଦକୁ 

ବହୁ ଦୂରେ ଫିଙ୍ଗି ଦେଲୁ ।।


ଅଜଣା ରାଇଜେ

ପାଦ ମୁଁ ଥାପିଲି,

ଦୀର୍ଘ ନିଃଶ୍ୱାସରେ 

ସବୁ ଭୁଲିବାକୁ ଲାଗିଲି ।।


ହୃଦୟ ମୋର

ଆଜିବି କାନ୍ଧୁଛି,

ତା' ଫେରି ଆସିବା

ଆଶାରେ ଜୀବନ ଜିଉଁଛି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy