STORYMIRROR

SUSMITA MISHRA

Fantasy

4  

SUSMITA MISHRA

Fantasy

ଶିବ ବିବାହ

ଶିବ ବିବାହ

2 mins
436


ବାବା ମୋହର ଭୋଳା ଶଙ୍କର,

ଜାଣନ୍ତି ନାହିଁ ସେ କିଛି ଘର ଦ୍ୱାର ।

ସବୁବେଳେ ତପସ୍ୟାରତ ଥାଆନ୍ତି ପର୍ବତ ଉପର,

ହେଲେ କାମଦେବ ମାରି ଦେଲା ବାବାଙ୍କୁ କାମ ଶର ।

କାମ ମନାଇଲା ବାହା ହେବା ପାଇଁ ବାବାଙ୍କୁ ମୋର,

ଜଳନ୍ଧର କୁ ମରେଇବା ପାଇଁ ଥିଲା ଷଡ଼ଯନ୍ତ୍ର ଦେବତାଙ୍କର।

ପୁତ୍ର କାମନାର୍ଥେ ସେ ବାହା ହେବେ,

ସେ ପୁତ୍ର ଦୁଷ୍ଟ ଜଳନ୍ଧର କୁ ମାରିବେ।

ତେଣୁ ସେ ବାହା ହୋଇ ଯିବେ ଧରି ବରାତି,

ନିଜ ବହୁ କରି ଆଣିବେ ମାତା ସତୀ ପାର୍ବତୀ।

ସେ ପାଇଁ ବାବାଙ୍କୁ ସଜ କରୁଛନ୍ତି ଶିଵଗଣ ଆଜ,

ଆସ ଦେଖିବା କିପରି ସେମାନେ କରୁଛନ୍ତି ସଜ ।

ବାବା ମୁଣ୍ଡେ ମକୁଟ କଲେ ବାନ୍ଧି ବାନ୍ଧି ଜଟା କୁ,

ତା ଉପରେ ସଜାଇଲେ ଗଙ୍ଗାର ଧାର କୁ।

ମସ୍ତକେ ଲଗାଇଲେ ତୋଫା ଅର୍ଦ୍ଧ ଚନ୍ଦର,

କାନେ ଛୋଟ ସର୍ପ କୁଣ୍ଡଳ,ସର୍ପ ବାହୁଟି ହାତେ ତାଙ୍କର ।

ଗଳେ ଲମ୍ବାଇଲେ ବେଳ ପତର, ରୁଦ୍ରାକ୍ଷ ହାର,

ଦେହେ ବୋଲିଲେ କିଲୋ କିଲୋ ଭସମ ଖାର।

ନନ୍ଦି ଭୃଙ୍ଗିକୁ କହିଲା ଏବେ ବାବାଙ୍କୁ କଣ ପିନ୍ଧାଇବା,

ଚାଲ ବାବାଙ୍କୁ ପଚାରି ବୁଝିବା,

ବାବା ସବୁ କଥା ଶୁଣି କହିଲେ ,ମୁଁ କିଛି ପିନ୍ଧିବି ନାହିଁ,

ମୁଁ ଯେମିତି ରହେ ସେମିତି ନଙ୍ଗା ହୋଇ ଯିବି ଭାଇ।

ଦେବତାମାନେ ବାବା କଥା ଶୁଣି ମୁଣ୍ଡ ରେ ହାତ ଦେଲେ,

ପାଖରେ ପଡିଥିବା ବ୍ୟାଘ୍ର ଛାଲକୁ ଟାଣି ଆଣିଲେ ।

ବରାତି ଯିବ ଏମିତି କେମିତି ଯିବ?

ଆଜି କିଛି ବସ୍ତ ପିନ୍ଧିବ ହିଁ ପିନ୍ଧିବ।

ସଭିଏଁ ମିଶି ବ୍ୟାଘ୍ର ଛାଲ ପିନ୍ଧେଇ ଦେଲେ,

ତା ଉପରେ ଚାରି ହାତ ର ନାଗ କୁ ବାନ୍ଧିଣ ଦେଲେ।

ବରାତି ପାଇଁ ବାବାଙ୍କୁ ସଜବାଜ କରିଲେ,

ତାଙ୍କ ବାହାନ ବୃଷଭ ପିଠିରେ ତାଙ୍କୁ ବସାଇଦେଲେ।

ବରାତି ବେଶରେ ଆଜି ଯିଏ ବାବା ଙ୍କୁ ଦେଖିବ,

ତାର ହୋଶ ଉଡ଼ି ଯାଇ ନିଶ୍ଚେ ସିଏ ତଳେ ପଡିବ।

ଦେବତାଙ୍କ ପ୍ରଶଂସା ଶୁଣି ବାବା ଗଦଗଦ ହେଲେ,

ଖୁସି ମନରେ ବିବାହ କରିବା ପାଇଁ ବାହାରିଲେ।

ବରାତି ଆଗେ ଆଗେ ଦେବତାମାନେ ଚାଲିଲେ,

ମଝି ରେ ଶିଵଗଣ, ପଛରେ ବର ପିଲା ହୋଇ ବାବା ଆସିଲେ।

ବାବାଙ୍କ ଡମ୍ବରୁ ବାଜିଲା ଡମଡମ,ଡମଡମ,

ଭୁତ ପିଶାଚ ଶିଵଗଣ ଦେବତା ନାଚିଲେ ଛମଛମ, ଛମଛମ।

ଦେଵ ଦେଵ ମହାଦେବଙ୍କର ବାହା ଘର,

ଖୁସିରେ ନାଚୁଛି ଆଜ ସାରା ସଂସାର ।

ନାଚି ନାଚି ବରାତି ପହଞ୍ଚିଲା ହିମର ଘରେ,

ସଭିଏଁ ମିଶି ଭୋଜି ଖାଇଲେ ମନ ମଉଜରେ।

ଭୋଳା ବାବା ମାତା ପାର୍ବତୀଙ୍କୁ ବିବାହ କରିଲେ,

ବିବାହ ସାରି ଖୁସିରେ ନଗର ପରିକ୍ରମା କରିଲେ।

ବାବା ମୋର ଅଟନ୍ତି ଅତି ଦୟାଳୁ ଆଶୁତୋଷ,

ସେ ପାଇଁ ଦ୍ୱାରେ ଦ୍ୱାରେ ଯାଇ ଭକତେ ଦେଲେ ଆଶୀଷ।

ଏ ଶୁଭ ଲଗନେ ସେ ବାବା ମାତାଙ୍କ ଚରନ ତଳେ,

ବାରମ୍ବାର ବାରମ୍ବାର ଏ ଅକୀଞ୍ଚନ ମୁଣ୍ଡିଆ ମାରେ।

ଶିବ ପାର୍ବତୀ ଙ୍କ ବିବାହ ଶୀତଳ ଷଷ୍ଠୀ ରୂପେ ବିଖ୍ୟାତ,

ଏହି ଦିନ ଭକତ ଯୁଗଳ ମୁରତୀଙ୍କ ଦର୍ଶନ କରି ହୁଅନ୍ତି କୃତ କୃତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy