STORYMIRROR

Satyanarayan Sahoo

Romance Classics Fantasy

4  

Satyanarayan Sahoo

Romance Classics Fantasy

ମାରୁତିର ଲଙ୍କା ଗମନ

ମାରୁତିର ଲଙ୍କା ଗମନ

2 mins
403

ବାନର ପୁଙ୍ଗବ ବୀର ବାତ ତନୟ

ମାରୁତି ମରୁତ ଗତି ଶ୍ରୀରାମେ ଲୟ

ଲଗାଇ ଗାଇ ଉଡ଼ଇ ଶ୍ରୀରାମ ନାମ

ଲଙ୍କା ରେ ପ୍ରବେଶ ପାଇଁ କରେ ଉଦ୍ୟମ ।

ଦେଖଇ ବେଷ୍ଟିତ ଭୀଷଣ ଶରସ୍ୱାନ 

ତନ୍ମଧ୍ୟେ ସୁବର୍ଣ୍ଣ ଲଙ୍କା ନଗରୀ ଧାମ

ଭାଳଇ ଭୀଷଣ ସିନ୍ଧୁ କେହ୍ନେ ଲଂଘିବି

କେଶନ ଉପାୟେ ସୀତା ଠାବ କରିବି । 

ବହୁତ ସମୟ ଯାଏଁ ତହିଁ ଭାବଇ 

ମନ ରେ ଶ୍ରୀ ରାମ ପାଦ ଧ୍ୟାନ କରଇ

ସହସା ସାହସ ତାର ଉଠିଲା ବଢ଼ି

ଉଠିଲା ଆକାଶେ ସମୁଦ୍ରେ ଲମ୍ଫ ମାରି । 

ହନୁର ଆକାଶ ଗତି ଦେଖି ସୁରସା

ରାକ୍ଷସୀ ବିସ୍ତାରି ମୁଖ ମିଳେ ସହସା

ମୁଖକୁ ମେଲାଇ ଦେଇ ଚାହିଁ ରହିଲ

ବିରାଟ ଆକୃତି ଧରି ହନୁ ଚଳିଲା ।

ଖାଇ ନ ପାରିଲା ତାକୁ ପଥ ଛାଡ଼ିଲା

ଲଙ୍କା ରେ ପ୍ରବେଶି ସେ ଲଙ୍କିନୀ ଦେଖିଲା

ଶକତ ଚାପୁଡ଼ା ମାଡ଼ ମାରି ତା' ଗାଲେ

ଅବାଧେ ପଶି ଗଲା ଯାଇଣ ନଗରେ

ଧରିଲା ମଶକ ରୂପ ସୂକ୍ଷ୍ମ ଆକାର

ଚଳିତ ହେଲା ଦେଖି ଲୀଳା ସେ ଲଙ୍କା ର ।

ନଗର ଚଳଣି ପୁର ବାସୀ ଙ୍କ ଲୀଳା

ସୁରା ଶlକି ରେ ଉନ୍ମତ୍ତ ହୋଇ ନିଦିରା

ପହୁଡ଼ି ଅଛନ୍ତି ସର୍ବେ ସ୍ଵର୍ଣ୍ଣ ପଲ୍ୟଙ୍କେ

ଫିଟିଚି ବେଶ ବାସ ଅସଂଜତ ଲୋକେ l

ବିଜୁଳି ଆଲୋକ ମାଳା ନାନା ବର୍ଣ୍ଣ ର

ଝଲସେ ଝଲମଲ କେଡେ ଚମତ୍କାର

ବିଦ୍ୟୁତ ପଙ୍ଖା ପୁଣି ଶିତଳୀ - କରଣ

ନାନା ଯନ୍ତ୍ର , କଳ କବଜା ଅତୁଳନ ।

ଭାଳଇ ମନେ ମନେ ଧନ୍ୟ ରେ ରାବଣ

ଏହାର ତୁଲ୍ୟ ପୁର ନାହିଁ ତ୍ରି ଭୁବନ

ବହନ ଅଶୋକ ବନ ଯାଇ ପ୍ରବେଶ

 ଦେଖଇ ଅସୁରିଏ ନିଦ୍ରା ରେ ଅବଶ ।

ସିଂଶପା ମୂଳରେ କିନ୍ତୁ ଏକାକୀ ବସି

ଅନିନ୍ଦ୍ୟ ଆଲୋକ ରେ ଆସ୍ୟ ଉଦ୍ଭାସୁଛି

ଚଢ଼ି ସେ ସିଂଶପା ଡାଳେ ଦେଖେ ନିରୋଳେ

ନିରେଖି ନିରେଖି ସତୀ ସୀତା ଏ ଭାଳେ ।

ଜପିଲା ରାମ ରାମ ବସି ତହିଁ ରେ

ରାମ ରାମ ଶୁଣି ସୀତା ଅନାନ୍ତି ଧୀରେ

ଦେଖିଲେ ମର୍କଟ ଏକ ଡାଳରେ ବସି

ସ୍ବାମୀ ଙ୍କର ନାମ କିପାଁ ଜପ କରୁଛି ।

ଜାଣିବା ଲାଗି ତାକୁ ଡାକିଲେ ପାଖେ

କିଏ ରେ ତୁହି କିପାଁ ଆସିଛୁ ଏଥେ

କହଇ ହନୁ ମୁଁହି ଶ୍ରୀରାମ ଙ୍କର ଦୂତ 

ପଠାଇ ଅଛନ୍ତି ରାମ ଚାଲ ତୁରିତ ।

ମୋହର ସାଥେ ଚାଲ ଘେନି ମୁଁ ଯିବି

ରାମ ଙ୍କ ପାଖରେ ନେଇ ସମର୍ପି ଦେବି

ସିତୟା , ବୋଇଲେ ମୋର ହୁଏ ସନ୍ଦେହ

ମୁଦ୍ରୀକା ଦେଖାଇ ହନୁ ନାଶେ ସଂଶୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance