Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Amarnath Barick

Fantasy

4  

Amarnath Barick

Fantasy

ବନୌଷଧି

ବନୌଷଧି

2 mins
212


ବନୌଷଧି ଦେଶୀ ଉପଚାର ମନ୍ତ୍ର

କହିବେ କବି ଅମର

ଆସ ଆମେ କିଛି ଜାଣିନେବା ତାହା

କବିତାରେ ଲେଖା ସାର ।


ଶ୍ୱେତଚନ୍ଦନକୁ ଅଦା ମହୁ ସାଥେ

ମିଶାଇ ସେବନ କଲେ

ବାନ୍ତି ହେଉଥିଲେ ତୁରନ୍ତ ଥମିବ

ଜାଣିଥାଅ ଏହା ଭଲେ ।


ବାସଙ୍ଗ ପତ୍ରର ରସ ଛଟାଙ୍କିଏ

ଚିନି ସହିତ ସକାଳେ

ଔଷଧ ପରାଏ ସେବନ କରିଲେ

ରକ୍ତବାନ୍ତି ବନ୍ଦ କରେ ।


ଅପମାର୍ଗ ମୂଳ ସାଙ୍ଗରେ ତିନୋଟି

ଗୋଲମରିଚ ମିଶାଇ

ବାଟି ପିଉଥିଲେ ମାରାତ୍ମକ ରୋଗ

ହଇଜା ଦୂର ହୁଅଇ ।


ନ ହେଲେ ଶିମୂଳୀ ଛେଲି ସହିତରେ

କଞ୍ଚା ଗାଈକ୍ଷୀର ନେଇ

ବାଟି ପାନ କଲେ ଝାଡ଼ା ବାନ୍ତି ଯେତେ

ନିବାରିତ ହୋଇଥାଇ ।


ଜୁଆଣି ସହିତ ଗୋଟାପାନ ଦୁଇ

ଶୀତଳ ଜଳରେ ବାଟି

କରିଲେ ସେବନ ସଙ୍ଗେ ସଙ୍ଗେ ଜାଣ

କମେ ତରଳ ଝାଡ଼ାଟି ।


ଦହି ବେସନକୁ ଏକତ୍ର ମିଶାଇ

ମୁଣ୍ଡରେ ମାଲିସ କଲେ

ବାଳ ଅଠା ଜଟା ଛାଡିଯାଏ ମଳି

କୋମଳ ହୁଅଇ ଭଲେ ।


ମନ୍ଦାର ଫୁଲକୁ ବାଟି ତା' ସହିତ

ନଡ଼ିଆ ତେଲ ଘୋଳିବ

ସେହିଥିରୁ କିଛି ଦିନ ଲଗାଇଲେ

ମୁଣ୍ଡରେ ବାଳ ବଢ଼ିବ ।


ନିମ୍ବ ତେଲ ଏକ ମାସ ନସ୍ୟ ଦେଲେ

ବାଳ ଶୀଘ୍ର ପାଚିବନି

ଦିଶିବ ସୌନ୍ଦର୍ଯ୍ୟ ଘନ କଳା ହେବ

ସହଜରେ ଝଡିବନି ।


କଦଳୀ ଗଛର ଶୁଖିଲା ପତ୍ରକୁ

ପୋଡ଼ି ପାଉଁଶ କରିବ

ପାଣିରେ ମିଶାଇ କ୍ଷଣ ଲେପନରେ

ଉକୁଣୀ ଶୂନ୍ୟ ହୋଇବ ।


ଦାନ୍ତ ଯଦି କେବେ ପୋକ ଖାଉଥାଏ

ନିୟମିତ ଏହା କର

ବେଗୁନିଆ ପତ୍ର କଳରେ ଜାକିବ

ପୋକଖିଆ ହେବ ଦୂର ।


ନଡ଼ିଆ ଗଛର ଚେରକୁ ଛେଚିଣ

ଜଳରେ ମିଶ୍ରଣ କରି

ଏହାକୁ ପାଟିରେ କୁଳୁକୁଞ୍ଚା କଲେ

ଦାନ୍ତହଲା ଥାଏ ରହି ।


ଶୁଣ୍ଠୀର ଚୂର୍ଣ୍ଣକୁ ଦାନ୍ତରେ ଘଷିଣ

ଉଷ୍ଣଜଳେ ବାରମ୍ବାର

କୁଳି କରୁଥିଲେ ସମସ୍ତ ପ୍ରକାର

ଦାନ୍ତ ପୀଡ଼ା ହୁଏ ଦୂର ।


ବିଶୁଦ୍ଧ ଗରମ ପାଣିରେ କୋଡିଏ

ବୁନ୍ଦା ଅଦାରସ ଦେଇ

ପାନ କରୁଥିଲେ ପେଟ ଫମ୍ପା ରୋଗ

ଶୀଘ୍ର ଆରୋଗ୍ୟ ହୁଅଇ ।


ତେନ୍ତୁଳି ପତ୍ର ବା କଲରା ପତ୍ରର

ରସ ସହିତରେ ଚିନି

ମିଶାଇ ସେବନ କରୁଥିଲେ ଭାଇ

ନାଶ ହୋଇଯାଏ କୃମି ।


କଟା ଘାଆ ଯଦି ହୋଇଥାଏ ଦେହେ

ଶୁଖାଇବା ପାଇଁ ତାହା

କଲରା ପତ୍ର ଓ ତୁଳସୀ ପତ୍ରକୁ

ବାଟି ଲେପ ଦେବ ଏହା ।


ଯଦି ବାଡ଼ିପଟେ ଥାଏ ନିମ୍ବପତ୍ର

ରାଶି ଆଉ ଘିଅ ସାଥେ

ପେଷିଣ ପ୍ରଲେପ କରିଲେ ଘାଆରେ

ଶୁଖିଯାଇଥାଏ ଆପେ ।


ଅମରପୋଇର ପତ୍ର ବାଟି ନାଭି

ଚତୁର୍ପାର୍ଶ୍ଵେ ଲେପ ଦେବ

ପିଲାଙ୍କର ମୂତ୍ର ବନ୍ଦ ହୋଇଥିଲେ

ଏହି ଉପାୟ କରିବ ।


ଶୁଦ୍ଧ ହଳଦୀକୁ ଥଣ୍ଡା ପାଣି ସାଥେ

ଭଲଭାବେ ପେଷି ନିଅ

ଦୁଇ ତିନି ଥର ନାଭି ମଣ୍ଡଳରେ

ଯତନେ ଲଗାଇ ଦିଅ ।


ତୁଳସୀ ପତର ରସ ସହିତରେ

ମଧୁ ଚାମଚେ ମିଶାଇ

ପିଆଉଥିଲେ ତ ଶିଶୁ ଗଣଙ୍କୁ ଯେ

ସର୍ଦ୍ଦି ଥଣ୍ଡା ଛାଡ଼ିଥାଇ ।


ଗିଲ ଅଗି ଅଳ୍ପ ରାଇ ବେସରରେ

ଗୋଳାଇ କରି ଯତନେ

ପୋଡ଼ପିଠା କରି କିଛି ଦିନ ଖାଅ

ଅଣ୍ଟାଧରା ଯିବ ଦିନେ ।


ଶ୍ୱେତ ପୁରୁଣୀର ସର୍ବାଙ୍ଗ ଛେଚି ତା'

ରସ ଚକ୍ଷୁରେ ପକାଅ

ଚକ୍ଷୁକୁ ଦିଶିବ ସ୍ୱଚ୍ଛ ନିରିମଳ

ପୁରୁଣା ରୋଗ ଦୂରାଅ ।


ଜାଣିଲେ ଜୀବନ ସଂଜୀବନି ସୂତ୍ର

ବୈଦ୍ୟରାଜପାୟ ତଥ୍ୟ

ବାଣ୍ଟିଦେଲେ ଜ୍ଞାନ ବିନା ମୂଲ୍ୟ ନେଇ

କବି ଶ୍ରୀ ଅମରନାଥ ।


Rate this content
Log in

Similar oriya poem from Fantasy