ସାମ୍ୟ ଶାନ୍ତି କାୟା ବିସ୍ତାରିବ
ସାମ୍ୟ ଶାନ୍ତି କାୟା ବିସ୍ତାରିବ
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ,
ରଖିବିନି ହୄଦୟରେ ରାଗ
ଅହଂକାର,
ଇର୍ଷା ଦ୍ବେଷ ପରନିନ୍ଦା
ପରଶ୍ରୀକାତର |
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ
ଦିବ୍ୟ ଜ୍ଞାନ ଭରିବି
ହୄଦୟରେ,
ବସୁଧୈବକୁଟୁମ୍ବକମ
ନୀତିରେ |
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ
ପ୍ରାଣୀ ଉଦ୍ଭିଦ ଜଗତକୁ
ସୁରକ୍ଷା ଦେବି,
ସରଂକ୍ଷଣ ଦାୟିତ୍ୱକୁ ମୁଁ
ନିଜର କରିବି |
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ
ଜୀବନ ଧାରଣ ପାଇଁ ପରସ୍ପର
ମଧ୍ୟରେ
ନିର୍ଭର ହୋଇ ରହିବୁ ଆନନ୍ଦ
ମନରେ |
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ
ବୁଦ୍ଧି ଜ୍ଞାନରେ କରି ନୂଆ
ଉଦ୍ଭାବନ
ପ୍ରାଣୀଙ୍କ ମଙ୍ଗଳାର୍ଥେ କରିବୁ
ବିଧାନ |
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ
ସାରା ଧରା ହେବ ଏକ
ପରିବାର
ଭେଦାଭେଦ ରହିବନି ସବୁ
ଏକାକାର |
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ
ଶାନ୍ତି ମୈତ୍ରୀ ପ୍ରୀତି ଭାବ
କରିବି ଜାଗ୍ରତ,
ଶାନ୍ତିରେ ରହିବୁ ହସିବ
ଆମର ଜଗତ |
ଟିକି ପିଲା ଥିଲି,
ମନେ ଥିଲା ଗଢିବି ମୋ ଦେଶକୁ,
ରହିବନି ଶତ୍ରୁତା ଦେଶ
ଦେଶ ମଧ୍ୟରେ
ନରହିବା ମାରଣାସ୍ତ୍ର ଜୈବ
ଅସ୍ତ୍ର ଭୟରେ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ଭ୍ରାତୄଭାବ ଭ୍ରାତୄପ୍ରେମ ଜାଗୁନି
କାହା ହୄଦୟରେ
ଶାନ୍ତି ଓ ସହାବସ୍ଥାନ କଥା
ରହିଛି ପୋଥିପତ୍ରରେ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ମଣିଷକୁ ଦେଖ ଭଲ କି ମନ୍ଦ
ପରଖୁଛି,
ସ୍ବାର୍ଥ ରଙ୍ଗ ଭରି ମଣିଷ ଆଜି
ରକ୍ତ ହୋଲି ଖେଳୁଛି |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ମଣିଷର ହୃଦୟ ଅତିଶୟ
ନିଷ୍ଠୁର ହୋଇଛି,
କରୁଣ ଚିତ୍କାର କାନେ ଶୁଣି
ଯୁଦ୍ଧର ତାଣ୍ଡବ ରଚୁଛି ।
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ବଦଳିଛି ପୃଥିବୀର ସଭ୍ୟତା
ବଦଳିଛି ରୂପ ମାନବର,
ପୁଂଜିବାଦୀ ସଂସାରରେ ନାହିଁ
ସାମ୍ୟବାଣୀର ବିଚାର |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ସମୟ ମିଳୁନି ସହଯୋଗ
ପାଇଁ ଆଜି ମଣିଷର
ଆଶା ନପୁରିଲେ ମିଛରଙ୍ଗ ବୋଳେ
ନିବିଡ଼ ସମ୍ପର୍କ ଭିତର |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ଦେଖୁଛେ କିଛି ଅତି ନଗ୍ନ ପ୍ରତିଛବି
କ୍ଷମତାରେ ହୋଇ ବାଇ
ବିରୋଧାଭାଷରେ ଅତିରଞ୍ଜିତରେ
ତାର ସମୟ ସରଇ ନାହିଁ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ଚାଲୁଛି ଧ୍ବଂସର ତାଣ୍ଡବଲୀଳା
ବିକାଶ ନାମରେ,
ହୁଅଇ ଶାସକ, ନେତା କିଣି
ଭୋଟ ମୋ ଦେଶରେ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ହିତାହିତ ଜ୍ଞାନ ଭୁଲି, ଶାସକ
ଶୋଷକର କାମ କରେ,
ଅତ୍ୟାଚାର କରେ ଆଇନ ଧାରା
କରି ମେହନତୀ ମଣିଷ ଉପରେ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ଭାସିଯାନ୍ତି ସହସ୍ର ଯୁବକ ବେକାରୀର
ସୁନାମି ବାତ୍ୟାରେ,
ଉଗ୍ରପନ୍ଥୀ ବନିଯାନ୍ତି ବିଷାଦରେ ବୁଲି
ବୁଲି ଏହି ସମାଜରେ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ନାରୀ ଆଜି ହୁଏ ବିବସ୍ତ୍ର ଧର୍ଷିତା
ଦିନ ଆଲୋକରେ
ମୋ ଦେଶର ବହୁ କନ୍ୟା ମରନ୍ତି
ଯୌତୁକ ଜ୍ବାଳାରେ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
କାହାକୁ କହିବି, ପରିବାର ଭଳି
ସର୍ବେ ଏକ ମନ ହୋଇ,
ଜୀବନ କାଟିବେ ଏଠି, ସରବେ
ସୁଖୀ ଭବନ୍ତୁ, ଧ୍ୟାୟୀ |
ଜ୍ଞାନ କିଛି ଲଭିଲି,
ଜ୍ଞାନର ଉପଯୋଗ କରି ଗଢିବି ଦେଶକୁ ଭାବୁଛି,
ଗର୍ବ ଅହଂକାର ଭରିଥିବା ହୃଦୟ
ସତରେ ତାହା ଫିଙ୍ଗିବ
ସତରେ କଅଣ ସ୍ବାର୍ଥ ମୋହ ଯାଇ
ସାମ୍ୟ ଶାନ୍ତି କାୟା ବିସ୍ତାରିବ|
