Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudeshna Pradhan

Fantasy Inspirational Children

3.8  

Sudeshna Pradhan

Fantasy Inspirational Children

ସୁପର ପାୱାର

ସୁପର ପାୱାର

2 mins
248


ମୁନିଋଷି ଥରେ ନଦୀଗର୍ଭେ କଲେ  

                    ସୂର୍ଯ୍ୟଙ୍କୁ ଜଳ ପ୍ରଦାନ, ଏତିକିବେଳେ ଯେ ହସ୍ତରେ ତାଙ୍କର    

                  ପଡିଲା କିଛି ତତକ୍ଷଣ ।


ଦେଖିଲେ ମୁନି ଯେ ଆକାଶୁ ଖସିଛି  

                       ଛୋଟ ଏକ ମୂଷାଛୁଆ,

କୂଳକୁ ଆସିଣ ମନ୍ତ୍ର ବଳେ ମୁନି                 

      କଲେ ତାକୁ ଏକ କନ୍ୟା ।


ଅତୀବସୁନ୍ଦରୀ , ବିଶ୍ୱ ମନୋହାରୀ    

                   ତେଜସ୍ୱୀ କନ୍ୟା ସେ କଲେ, ବିଶ୍ୱର ସବୁଠୁ ଶକ୍ତିଶାଳୀ ବର 

                           ବିଭା ଦେବି ବିଚାରିଲେ ।


ତେଣୁ ସେ ସକଳ ଶକ୍ତିର ଆଧାର

                         ସୂର୍ଯ୍ୟ ପାଶେ ଚଳିଗଲେ, ତୁମେ ହିଁ ପରମଶକ୍ତି ଯେଣୁ, ମୋର କନ୍ୟାକୁ  

                  ଗ୍ରହଣ କର ବୋଇଲେ ।


ସୂର୍ଯ୍ୟ ବୋଇଲେ ଏ ଅତୀବ ସୁନ୍ଦରୀ,

                    ମୁଁ କିନ୍ତୁ ନୁହେଁ ଶକ୍ତିଶାଳୀ, ଚଲାପଥେ ମୋର ବାଦଲ ଆସିଲେ    

                     ପାରେନାହିଁ ତାକୁ ଟାଳି ।


ତେଣୁ ହେ ବାଦଲ ମୋଠାରୁ ଶକତି,    

                   ଚଳିଯାଅ ତାର ପାଶେ,

ନପାରିବି କରି ଗ୍ରହଣ ଏହାଙ୍କୁ,  

                       ରୁହନାହିଁ ମୋର ଆଶେ ।


ସେଠାବରୁ ମୁନି ସାଥେ କନ୍ୟା ଘେନି  

                    ବାଦଲ ପାଖକୁ ଗଲେ, ଶକ୍ତିଶାଳୀ ଯେଣୁ ସୂର୍ଯ୍ୟଠାରୁ ତୁମେ  

                   ଘେନ ମୋ କନ୍ୟାକୁ ଭଲେ ।


ବାଦଲ ଶୁଣିଣ କହିଲେ ହେ ମୁନି  

                       ମୁଁ କେମିତି ଶକ୍ତିଶାଳୀ ? ମୋହର ସାଥିରେ ପବନ ବହିଲେ   

                       ତାଦିଗରେ ଯାଏ ଚାଲି ।


ତେଣୁ କରି ତୁମେ ମନରେ ବିଚାରି  

                         ପବନ ପାଶକୁ ଯାଅ,

ଅପୂର୍ଵ ସୁନ୍ଦରୀ କନ୍ୟାକୁ ତାସାଥେ   

                          ବିବାହ ପ୍ରସ୍ତାବ ଦିଅ ।


ତଁହୁ ଘେନି କନ୍ୟା ଚଳିଗଲେ ମୁନି     

                    ପବନ ଦେବଙ୍କ ପାଶେ,

କହିଲେ ହେ ଶକ୍ତିଶାଳୀ ! ଘେନ କନ୍ୟା   

                    ଆସିଛି ଅନେକ ଆଶେ ।


ପବନ କହିଲେ ଭୋ ମୁନି ଆପଣ 

                        ଅଟନ୍ତି ତ ଜ୍ଞାନୀଗୁଣୀ, ମୋଠାରୁ ପର୍ବତ କେତେ ଶକ୍ତିଶାଳୀ    

                    ନିଶ୍ଚୟ ଥିବେ ଯେ ଜାଣି ।


ତେଣୁ କନ୍ୟା ଘେନି ଯାଅ ତୁମେ  

                     ଏବେ ପର୍ବତ ଦେବଙ୍କ ପାଶେ, ମୋତେ ଶକ୍ତିଶାଳୀ କହି, ନ ଲଜ୍ଜାଅ     

                    ନ ପକାଅ ଅଟ୍ଟହାସେ ।


ବିରକ୍ତ ହୋଇଣ ମୁନିଗଲେ ତଁହୁ      

                     ପର୍ବତ ଦେବଙ୍କ ପାଶେ, ଶୁଣିଣ ପର୍ବତ ହସିଦେଲେ କହି      

                   ଏକଥା ମନେ ନ ଆସେ ।


ଏତେବଡ ସିନା ବିଶାଳ ଶରୀର        

                 ଚାଲିପାରେନାହିଁ ଜମା,

କେଉଁପରି ତୁମ କନ୍ୟାକୁ ବରିବି,     

                    କରିଦିଅ ମୋତେ କ୍ଷମା ।


ଏହାଶୁଣି ମୁନି ହୋଇଲେ ହତାଶ,      

                   କହୁଅଛନ୍ତି ପର୍ବତ,

ମୋହଠାରୁ ଶକ୍ତି ଅଟେ ଯେ ମୂଷିକ  

                   ଖୋଳିଦିଏ ଦେହେ ଗାତ ।


ଏବେଯାଇ ମୁନି କନ୍ୟାକୁ ଘେନିଣ   

                     ମୂଷିକ ପାଶେ ଚଳିଲେ,

କନ୍ୟାକୁ ବିବାହ କରିବାପାଇଁକି    

                      ନିବେଦନ ତାକୁ କଲେ ।


କନ୍ୟାକୁ ଦେଖିଣ ମୂଷିକରାଜାର    

                    ଲୋଭ ମନେ ଜାତ ହେଲା, ବିବାହ ନିଶ୍ଚିତ କରିବି ହେ ମୁନି,   

                        ସମସ୍ୟା ଗୋଟେ ରହିଲା ।


କନ୍ୟା ତୁମ ଅଟେ ଏତେବଡ ପୁଣି      

                   କ୍ଷୁଦ୍ର ଏ ମୋର ଶରୀର, କେମିତି ରଖିବି ପାଖରେ ମୁଁ ତାଙ୍କୁ   

                   ଛୋଟିଆ ଅଟେ ମୋ ଘର ।


ଏହାଶୁଣି ମୁନି ନିଜ କଳସରୁ    

                         ମନ୍ତ୍ରପାଣି ପକାଇଲେ, ସୁନ୍ଦରୀ କନ୍ୟାକୁ ମୂଷିକ ରୂପରେ

                              ପରିବର୍ତ୍ତନ କରିଲେ ।


ତହୁଁ ଯେ ମୂଷିକ ବିବାହ କରିଣ     

                      ମୁନିଙ୍କ ଆଶିଷ ନେଲେ, ବରବଧୂ ଏବେ ନିଜ ପୁରେ ଯାଇ   

                      ସୁଖରେ କାଳ କlଟିଲେ ।


ଏପଟେ ଯେ ମୁନି ବିଚାରନ୍ତି ମନେ      

                     ଦଇବ ରଚିଛି ଯାହା, ମୂଷିକ ଭାଗ୍ୟରେ ଶକ୍ତିଶାଳୀ ରୂପେ    

                      ମିଳିଲା ମୂଷିକରାଜା ।


ତେଣୁ ହେ ପାଠକେ ଶକ୍ତିଶାଳୀ ବୋଲି 

                     କେହି ଜଣେ ଏଠି ନାହିଁ, ସମୟ ସାଥିରେ ସର୍ବେ ଶକ୍ତିଶାଳୀ  

                           ଗଢ଼ିଅଛି ଯାହା ବିହି ।


ଗୃହ ମଧ୍ୟେ ଶକ୍ତିଶାଳୀ ଅଟେ ମାଆ,   

              ସବୁଠାରେ ଅଟେ ଜ୍ଞାନ, 

          ସମୟ ସାଥିରେ ସୁକର୍ମ କରିବା,  

                 ଲୋକ ହୁଏ ଶକ୍ତିମାନ ।


Rate this content
Log in

Similar oriya poem from Fantasy