ଶୀତ ଚାଲିଯାଏ
ଶୀତ ଚାଲିଯାଏ
ଶୀତ ହେଲେବି କଷ୍ଟ,
ଅଟେ ଜଗତର ମିତ,
ନଥିଲେ ଶୀତ କେମିତି ଉପଭୋକ୍ତ୍ୟ ଯେ ବସନ୍ତ, ଶୀତ ରାତି ବଡ ଦିନ ଛୋଟ,
ପଶମ ପୋଷାକ ଦେହେ ହିତ,
ଉଷା କାକର ଟୋପାଟି ପଡି,
ଝଲ୍ଲସୁଥାଏ ଘାସର ପୃଷ୍ଠ |
ଶୀତ ରହିନାହିଁ ରହିବନି,
ହୋଇ ଏକ ଜାଗାରେ ନିର୍ଦ୍ଧିଷ୍ଟ,
ପୁଣିଥରେ ଫେରିବ ସେଦିନେ,
ନେଇ ସବୁଋତୁଙ୍କର ମତ |
ଶୀତ ଆଣିଥାଏ କେତେ ମଜା,
ସିଏ ରଙ୍କ ହେଉ ଅବା ରାଜା,
ନିଶ୍ଚେ ଡରିବାକୁ ହେବ ତାକୁ,
ନଚେତ ହେବ ତାକୁ ଥରିବାକୁ |
ଶୀତ ମିତ୍ର ଯେ ଥଣ୍ଡା କାକର,
ପୁଣି କୁହୁଡି ବରଫ ଝଡ଼,
ଆଉ ଶତ୍ରୁ ରୂପେ ପ୍ରତିରୋଧ
କରେ ବହ୍ନି ଓ ପଶମ ବସ୍ତ୍ର |
କେବେ କରିଛ କି ଲକ୍ଷ୍ୟ ଥରେ,
ଦେଖିଛକି ଶୀତ ଆକାଶରେ,
ଶ୍ୱେତ ବିହଙ୍ଗର ଉଡ଼ା ଦୃଶ୍ୟ,
ସୂର୍ଯ୍ୟାସ୍ତ ମନୋହର ଅବଶ୍ୟ |
ପୁଣି ରାତି ଯେବେ ଆସିଥାଏ,
ନଭ ଝିଲିମିଲି ତାରା ଗଣେ,
ଚାନ୍ଦ ଅତୀବ ଶୋଭା ବଢାଏ,
ମିଞ୍ଜି ମିଞ୍ଜି ସୁନେଲି କିରଣେ |
ଶୀତ ଦିନରେ ବିଭିନ୍ନ ଫଳ,
ଫୁଲ ଧାରିତ ଏ ଭୁମଣ୍ଡଳ,
ଜୁଇ, ଯାଇ, ହେନା ସେବତୀର,
ରଜନୀଗନ୍ଧା ଅତି ସୁନ୍ଦର |
ଟିକି ଘାସରେ କାକର ଟୋପା,
ଗଛେ ବଉଳର ଅତି ବାସ୍ନା,
ଶୀତ ଆକାଶେ ଗୁଡିର ରଙ୍ଗ,
ମନ ମୋହେରେ ପହିଲି ଭୋଗ|
ଶୀତେ ଆସଇ ନବବରଷ,
ସବୁରି ମନ ହୁଏ ହରଷ,
ଶୀତ ଧୀରେ ଧୀରେ ହୁଏ ଶେଷ,
ମନେ ରଖି ଟିକେ ଅବଶୋଷ |9