STORYMIRROR

CHINMAYEE PRADHAN

Romance Tragedy Fantasy

4  

CHINMAYEE PRADHAN

Romance Tragedy Fantasy

ତୁମେ ଆଉ ତୁମେ ହେଇ ନାହଁ

ତୁମେ ଆଉ ତୁମେ ହେଇ ନାହଁ

1 min
220

ତୁମେ ଆଉ ତୁମେ ହେଇ ନାହଁ ପ୍ରିୟ

    ଅଚିହ୍ନା ତ କେବେଠୁ ମୋ ପାଇଁ,

ତୁମେ କହି ଡାକିବାକୁ ଅଛି କି ମୋ

    ଅଧିକାର  ଥରେ ଦିଅ କହି। 


ଆଜି ବି ରହିଛି ମନେ ସେଇ ସ୍ମୃତି

   ରଖିଥିବି ତାକୁ ମୁଁ ସାଇତି,

ଜୋଛନାରେ ଭିଜୁଥିଲେ ସାଥି ହେଇ

   ସାକ୍ଷୀ ଥିଲା ସେଇ ଜହ୍ନ ରାତି।


ବେଳାଭୂମି ବାଲି ପରେ ତୋଳୁଥିଲେ

   କେତେ ଯେ ନଅର ଆମେ ବସି,

ଆଶା ଥିଲା ଅସୁମାରୀ ଭାବନାର 

   ଭାସୁଥିଲେ କଳ୍ପନାରେ ମିଶି।


ତୁମେ ହେବ ରାଜା ମୋର ହୃଦୟର

    ରାଣୀ ମୁଁ ଯେ ତୁମରି ମନର,

ଲୋଡେନା ପ୍ରିୟ ମୁଁ ଐଶ୍ୱର୍ଯ୍ୟ ସ୍ୱର୍ଗର

    ମଥାରେ ଶୋଭୁ ତୁମ ସିନ୍ଦୁର।


କରୁଥିଲି ପୂଜା ସଜାଇ ଦେବତା

  ସାଜି ମୁଁ ଯେ ତୁମ ପୂଜାରିଣୀ,

ରହିଲା କି ତ୍ରୁଟି ପୂଜାରେ ମୋହର

  କଲ କାହିଁ ଦୂର ଜାଣି ଜାଣି।


କିଏ ସେହି ମାୟାବିନୀ କଲା ଦୂର

  ଭାଙ୍ଗି ଆମ ସମ୍ପର୍କ ପ୍ରେମର,

ଧାଇଁ ଗଲ ମୋହାଛନ୍ନେ ହୋଇ ଅନ୍ଧ 

   ବୁଝିଲନି ମୂଲ୍ୟ ମୋ ପ୍ରେମର।


ବାପା ଭାଇ ଘରଦ୍ୱାର କରି ପର

  ଧରିଥିଲି ହାତ ମୁଁ ତୁମର,

ସାଥୀ ହେଇ ରହିବାକୁ କଥା ଦେଇ

  ଛାଡି ଅଧା ବାଟେ କଲ ପର।


ସତ୍ ଯଦି ସୂର୍ଯ୍ୟଚନ୍ଦ୍ର ସତ୍ ମୋ ପ୍ରେମ

   ଆଖି ଲୁହ ପଡ଼ିଯିବ ପ୍ରିୟ,

ହସ ଦେଖି ଲାଗୁଛି ହେ ପ୍ରତାରକ

  ତୁମେ ଆଉ ତୁମେ ହେଇ ନାହଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance