STORYMIRROR

CHINMAYEE PRADHAN

Tragedy Others

3  

CHINMAYEE PRADHAN

Tragedy Others

ଅଭିଶପ୍ତା ମୁଁ

ଅଭିଶପ୍ତା ମୁଁ

1 min
132

 ଅବଶ ଅଙ୍ଗକୁ ଢ଼ାଳିଦେଇ କ୍ଷଣେ ଅନ୍ତରେ ବସି ଭାବେ, ଅନ୍ତର୍ଦାହରେ ନିତି ଜଳୁ ଥାଏ ଅସ୍ତିତ୍ବ କ'ଣ ଭବେ। ଅଦିନିଆ ଝଡ଼ ଭାଙ୍ଗି ଦେଇ ଯାଏ ଆଖି ଦେଖା ଯେତେ ସ୍ବପ୍ନ, ଅଶନିର ଡାକ ଚମକାଇ ଦିଏ ଥରି ଉଠେ ଦେହମନ। ଅଝଟିଆ ମନ ଭାରି ଅବୁଝା ସେ ମାଗେ ଆକାଶର ଜହ୍ନ, ଅତୃପ୍ତ ଅନଳେ କୁହୁଳି ମରନ୍ତି ଦେହ ହୃଦ ଆତ୍ମା ମନ। ଅଫେରା ବାଟରେ ଥାପିଛି ପାଦ ମୁଁ ଫେରିବାର ନାହିଁ ରାହା, ଅହରହ ଯହିଁ ଦେହର ସଉଦା ହେଉଥାଏ ନିତି ସ୍ବାହା। ଅପରୂପ କାନ୍ତି ଯହିଁ ଝଟକାନ୍ତି ଦେହକୁ ସଜେଇ ନାରୀ, ଅଥୟ କାମୁକ ମେଣ୍ଟାନ୍ତି ଯେ ଆସି ଦେହ ଭୋକ ଅର୍ଥ ସାରି। ଅଭ୍ରକଂଶ ଏ ପ୍ରାସାଦ ମଧ୍ୟରେ ଅଣନିଃଶ୍ବାସୀ ମୁଁ ହୁଏ, ଅଦେଖା ଲୁହର ଉଷ୍ଣତାକୁ ଧରି ଅଭିଶପ୍ତା ମୁଁ ଜିଏଁ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy