STORYMIRROR

DEEPAK KUMAR PATRA

Romance Fantasy

4  

DEEPAK KUMAR PATRA

Romance Fantasy

ଅମୃତବିହାରରେ ଶୀତ ଓ ସ୍ମୃତି

ଅମୃତବିହାରରେ ଶୀତ ଓ ସ୍ମୃତି

1 min
233


ଏ ଅମାନ୍ଧକାର ରାତିରେ

ଏମିତି ହିଁ କ'ଣ ଖୋଜି ଚାଲିଥିବି ତୁମକୁ

ସାମ୍ନା ଗେଟରୁ ଶେଷ ଗେଟ ଯାଏଁ

ଅଡିଟରିଅମ ହଲ ରୁ ଲାଇବ୍ରେରୀ ଯାଏଁ

କେଉଁଠି ତୁମେ ଯେ ?

ଆଜି ତୁମକୁ ଖୋଜିବାରେ

ହେଇ ଦେଖ ତୁଷାରରେ ଭିଜି

ନବ ପଲ୍ଲବିତ ପତ୍ରମାନେ ବି ଶୋଇଗଲେଣି

ଖଦ୍ୟୋତିକା ମାନେ ବି ଘର ମୁହାଁହେଲେଣି ।

ହେଲେ ତୁମେ .....

ଆସ ଶୀଘ୍ର ...

ଏଇ ଅପେକ୍ଷା ର୍ ଅନ୍ତଘଟାଇ

ଲେଖିଯାଅ ଆମ ପ୍ରେମର ବାର୍ତ୍ତା

ବିଭାଗର ନୋଟିସ ବୋର୍ଡରେ

ବିଶ୍ୱବିଦ୍ୟାଳୟ ର୍ ପ୍ରତିକୋଣ ଅନୁକୋଣରେ

ଆଉ ଗୁଞ୍ଜରିତ କରିଦିଅ 

ପ୍ରତି କାନ୍ଥ ,ବାଡ଼ ଆଉ ଏଇ ସହରରେ 

ତୁମ ନାଁ ସହ ମୋ ନାଁର ବନ୍ଧନକୁ.....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance