STORYMIRROR

Kalpana Kumari Pradhan

Fantasy

4  

Kalpana Kumari Pradhan

Fantasy

ରବିବାର

ରବିବାର

1 min
349

ସପ୍ତାହକୁ ଥରେ ଆସ, କିନ୍ତୁ ଆସିବାର

   ପ୍ରତୀକ୍ଷା ଥାଏ ସୋମବାର ସକାଳ ଠାରୁ

     ଯାନ୍ତ୍ରିକ ଜୀବନରୁ ଟିକେ ବୀରତି

         ମୁକ୍ତି କର୍ମର ଅସରନ୍ତି ବୋଝ ଠାରୁ l


ତୁମ ଆସିବାର ବାସ୍ନା , ମିଳିଯାଏ ମୋତେ

  ଶନିବାର ସଞ୍ଜ ନଇଁବା ବେଳରୁ

    ଓଃ କି ଶାନ୍ତି ମିଳେ ପ୍ରାଣକୁ

      ଉଠିବାକୁ ହେବନାହିଁ ମୋତେ ପାହାନ୍ତା ପ୍ରହରୁ l


ଦୈନନ୍ଦିନ ଚଞ୍ଚଳତା ନାହିଁ, ଆଜିର ସମୟେ

   ଥମିଛିକି ତାର ବେଗ ତୋର ଆଗମନ ରୁ

     ଦେଖୁଛି କାନ୍ଥ ରେ ଥିବା ଘଣ୍ଟାକୁ

      ବର୍ତ୍ତିଛି ଆଜି ତାର କ୍ରୁର ତାଗିଦ ରୁ l


ନୟନ ଭରି ଚାହେଁ, ସୁନୀଳ ଆକାଶ

  ଲଭିଛି ଲାଘବ ମୋର ଥକିଲା ପଣରୁ

    ସନ୍ତାନ,ସନ୍ତତି ତଥା ସାଥୀ ପାସେ ବସି

     ଲଭଇ ଆନନ୍ଦ ବଞ୍ଚିତ ଥିଲି ଅନେକ ଦିନରୁ l


ଆଗମୀ ଦିନ ପାଇଁ, ପ୍ରାଣେ ଶକ୍ତିଭରେ

   କ୍ଲାନ୍ତି ମୋ ଲିଭାଏ ତନୁ ଆଉ ମନରୁ

    ଚାଲିଯାଏ ଦେଇ ପ୍ରତିଶ୍ରୁତି ଫେରିବ

  ପୁଣି ଜୀବନର ଚଲାବାଟେ ହାରିବା ଆଗରୁ l


Rate this content
Log in

Similar oriya poem from Fantasy