ବନ୍ଧୁ
ବନ୍ଧୁ
ସାମାଜିକ ପ୍ରାଣୀ ଏମଣିଷ ଜାଣି
ସମ୍ପର୍କ ଡୋରୀରେ ବନ୍ଧା ;
ଦୁଃଖରେ ସୁଖରେ ଯୋଡି ହୋଇଯାଏ
ବନ୍ଧୁରୂପେ ହୋଇ ଉଭା ।
ବନ୍ଧୁର ସରାଗ ସତରେ ଉକର୍ଷ
ସ୍ନେହପ୍ରେମ ଝରିପଡେ ;
ଭାବ ବନ୍ଧନର ନିଆରା ସମ୍ପର୍କ
ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡେ ।
ଉତ୍ସବ ବ୍ୟତ୍ସନେ ଅବା ରାଜଦ୍ଵାରେ
ବନ୍ଧୁତା ମର୍ଯ୍ୟାଦା ରଖେ ;
ଶ୍ମଶାନ ଘାଟରେ ବନ୍ଧୁ ଲୁହଢାଳେ
ସହଭାଗି ହୋଇ ଦୁଃଖେ ।
ପ୍ରକୃତ ବନ୍ଧୁର ଏଇ ପରିଚୟ
ସମଦୁଃଖେ ହୁଏ ଭାଗି ;
ବନ୍ଧୁ ମାନେନାଇଁ ଜାତିକି ଅଜାତି
ଭେଦଭାବ ଅନୁରାଗୀ ।
ବାଲ୍ୟବନ୍ଧୁ ହସେ ସମ୍ପର୍କ ସରାଗେ
ଜୀବନର ଆଦ୍ୟପ୍ରାନ୍ତେ ;
ସହପାଠୀ ବନ୍ଧୁ ସତେ କୃପାସିନ୍ଧୁ
ପଚାରେ ଅଛୁ କେମନ୍ତେ ।
ସ୍ମୃତି ଆକାଶରେ ଚିତ୍ରରାଜି ଭାସେ
ଅବିସ୍ମରଣୀୟ ଫର୍ଦ୍ଦେ ;
ହେ'ବନ୍ଧୁ ଶାଖା ଦିଅ ଥରେ ଦେଖା
ଦୁଃଖେ ହେଉ ଅବା ସୁଖେ ।
ଜୀବନ ଯାତ୍ରାରେ ନିସଙ୍ଗତା ଭରେ
ବନ୍ଧୁର ଅନୁପସ୍ଥିତି ;
ଫିକାଫିକା ଲାଗେ ଜୀବନ ସତେ
ବନ୍ଧୁଟିଏ ନାଇଁ ଯଦି ।
ବନ୍ଧୁ ଉପଦେଶ ସଦା ଗ୍ରହଣୀୟ
ଆଶ୍ବାସନା ଦିଏ ଭରି ;
ସଙ୍କଟେ ଉତ୍କଟେ ବନ୍ଧୁ ସାହା ହୁଏ
ସାଧ୍ୟମତେ ଉପଚାରି ।
ବନ୍ଧୁ ପରିଭାଷା ବ୍ୟାପକ ସଂହିତା
ବର୍ଣ୍ଣିବା ନୁ6ହଁ ସହଜ ;
ଅସଂପୂର୍ଣ୍ଣ ଲାଗେ ଏକବିତା ସତେ
ହୃଦୟେ ଅଛି ଦରଦ ।
