STORYMIRROR

Sadananda Sahoo

Classics Fantasy Inspirational

4  

Sadananda Sahoo

Classics Fantasy Inspirational

ବାଲି ଯାତ୍ରା ଗାଥା

ବାଲି ଯାତ୍ରା ଗାଥା

1 min
273


କଳିଙ୍ଗ ଉତ୍କଳେ ସମୃଦ୍ଧିଯେ ହସେ

ପୂରୁବ ସ୍ମୃତିକୁ ଭାବି ,

ନିଆରା ମହକ ମାଟିର ସଅକ

ସଂସ୍କୃତି ବିଭବ ଛବି ।


ଏମହା କାର୍ତ୍ତିକ ଧରମ ବିଶେଷ

ଓଡ଼ିଆ ହବିଷ ମାସ ,

ଧରମ କରମ ସବୁତ ନିହିତ

ମନ ପ୍ରାଣେ ଭକ୍ତି ରସ ।


ଇତିହାସ କହେ ଜମା ମିଛ ନୁହେଁ

ସାଧବ ରୋଚକ ଗାଥା ,

ଧନ ଧାନ୍ଯେ ପୁର୍ଣ୍ଣ ଥିଲା ଏଉତ୍କଳ

ସ୍ଵର୍ଣ୍ଣ ଆଭୁଷଣେ ମଥା ।


ସାତ ଦରିଆରେ ବୋଇତଯେ ଭାସେ

ଦୃଢ ସଂକଳ୍ପର ସ୍ମୃତି

ଜୀବନକୁ ବାଜି ଲଗାଇ ଦିଅନ୍ତି

ବାଣିଜ୍ୟେ ସାଧବ ପ୍ରୀତି ।


ବାଣିଜ୍ୟେ ବଣିକ ସାଧବର ସୁତ

ବୋଇତର ଅଧିପତି ,

ପଣ୍ୟ ଦ୍ରବ୍ୟ ନେଇ ବିଦେଶ ଯାଆନ୍ତି

ଦରିଆରେ ବିତେ ରାତି ।


ଖୁଦୁରୁକୁଣୀର ଦୁହିତା ସୁଲଭ

ତପୋଇ ଗାଥା କଥା

ବଳିଷ୍ଠ ପ୍ରମାଣ ବଣିକ ସାଧବ

ଭଗ୍ନୀ ଏକ ସାତ ଭ୍ରାତା ।


ସ୍ଵଦେଶୀ ବିଦେଶୀ ଆଦାନ ପ୍ରଦାନ

ପଣ୍ୟଦ୍ରବ୍ୟ ଅଳଙ୍କାର

ବୋଇତ ସଙ୍ଗାତ ସାଧବର ସୁତ

ଅବଦୁତ ଲକ୍ଷ୍ମୀଙ୍କର ।


ପ୍ରଦେଶ ସମୃଦ୍ଧି ଅବଦାନେ ପ୍ରୀତି

ସାଧବ ସୁଯୋଗ୍ୟ ସୁତ

ଆଜିବି ଉତ୍କଳେ ପରମ୍ପରା ଭାସେ

ବାଲି ଦୀପେ ବାଲି ଯାତ ।


ବାଲି ଦୀପ ଯାଇ ବଣିଜ କରନ୍ତି

ଓଡ଼ିଆ ସାଧବ ପୁଅ

ଧନ ଦଉଲତ ଅରଜନ୍ତି ସେତ

ଉଦ୍ଭାସିତ ସ୍ମୃତି ଖିଅ ।


ସ୍ମୃତିର ପରବ ପାଳୁଛି ଉତ୍କଳ

ଦରିଆ କୂଳରେ ଆଜ 

ମହା ବାଲିଯାତ୍ରା ପରମ୍ପରା ସତ୍ତା

ପାରାଦୀପ ସଜବାଜ ।


ସାତ ସାଧବକୁ ସାତ କୁଳ ବଧୂ

ବିତ୍ତୀୟ ଏ ପରମ୍ପରା

ଅର୍ଘ୍ୟ ଥାଳି ଧରି ବନ୍ଦାପନାକରି

ଦିଅନ୍ତି ମେଲାଣି ପରା ।


ଶଙ୍ଖ ହୁଳହୁଳି ପଡଇ ଉଚ୍ଛୁଳି

ବୈଭବ ଦରିଆ କୁଳ

ସାଧବ କୁଳର ସାତ ସାଧବାଣି

ସମର୍ପନ୍ତି ପ୍ରୀତି ଜଳ ।


ଶୁଭ ଅବକାଶ ବାଣିଜ୍ୟ ବିଭବ

କାର୍ତ୍ତିକ ମାହାତ୍ମ୍ୟ ସତ୍ୟ

ପାଳୁଛି ଓଡ଼ିଆ ପରବ ବଢିଆ

ଭକତିରେ ଥାଇ ନିତ୍ୟ ।


ଉତ୍କଳର ସୁତ ବାଣିଜ୍ୟ ଜନକ

ବିଦେଶେ ଅର୍ଜିଛି କିର୍ତ୍ତୀ ,

ଜାଭାକି ସୁମିତ୍ରା ସିଂଘଳ ଶ୍ରୀଲଙ୍କା

ସବୁଠାରେ ତା'ର ଖ୍ଯାତି ।


ଆକାମା ବୈଇ ପାନଗୁଆ ଥୋଇ

ସମର୍ପଣେ ପାନଗୁଆ ,

ମାସକର ଧର୍ମ ହୋଇଯାଉ ମୋର

ଦୁନିଆଁଟା ଲାଗୁ ନୂଆ ।


କଦଳୀ ପାଟୁଙ୍ଗା ଶୋଲ ଗଢା ଡଙ୍ଗା

ଭାସିଯା ବିଭବ ସ୍ମୃତି ,

ମହମ ପ୍ରଦୀପ ଅବା ଘୃତଦୀପ

ଆଲୋକ ବର୍ତିକା ପ୍ରୀତି ।


Rate this content
Log in

Similar oriya poem from Classics