ଶୀତୁଆ ସକାଳ
ଶୀତୁଆ ସକାଳ
କୁଜ୍ଝଟୀକା ର ଆବରଣ ସର୍ବତ୍ର ପ୍ରତୀତ
ଦୃଶ୍ୟ ହୁଏ ନାହିଁ ପାସେ ଥିବା ଜଗତ
ଶୀତୁଆ ସକାଳ ଶୀତ ହୁଏ ଅନୁଭୂତ
ଥରି ଥରି ଚଷାଭାଇ ଗାଏ ଗୀତ l
ଭୁଲି ନାହିଁ କେବେ କର୍ମ ସେତ
ଖରା, ବର୍ଷା ହେଉ ଅବା ଶୀତ
ଗୋରୁ ହଳ ଧରି ବାହାରେ କ୍ଷେତ
ଶୀତଳପରସ ଭୁଲେ ହୋଇ କର୍ମେ ରତ l
ପତ୍ରେ ପତ୍ରେ ମୁକୁତା ବିନ୍ଦୁ ସୁଶୋଭିତ
ପୂରୁବେ ଉଇଁଲେ ଭାନୁ ହୁଏ ଝଲସିତ
ଅପରୂପ ପ୍ରକୃତି ର ରୂପେ ବିମୋହିତ
ଅବଲୋକନ ରେ ପ୍ରାଣ ହୁଏ ତୃପ୍ତ l
ଗଗନେ ପବନେ ଶୁଭେ ତା ସଙ୍ଗୀତ
ଭଳି ଭଳି ପୁଷ୍ପ ଉପଵନେ ପ୍ରସ୍ପୁଟିତ
ଭ୍ରମଣ ପାଇଁକି ସବୁ ସ୍ଥଳ ମୁଖରିତ
କେତେ ଶୁଭ ବାରତା ଆଣିଅଛି ଶୀତ l
