Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

କାଦମ୍ବରୀ ମହାଖୁଡ଼

Action Fantasy

4.5  

କାଦମ୍ବରୀ ମହାଖୁଡ଼

Action Fantasy

ସ୍ମୁତି ଆଇନା

ସ୍ମୁତି ଆଇନା

1 min
433


ସ୍ମୁତି

ଭଙ୍ଗା ଆଇନାର 

ପ୍ରତି ଖଣ୍ଡରେ 

ଦେଖା ଯାଉଥିବା 

ସେ ଅଭୁଲା ଅତୀତ ଛବି ||


ସ୍ମୁତି 

ଖୁସି ମୁହୂର୍ତ୍ତର 

ଓଦା ପତା ତଳ ଆଖି ||


ସ୍ମୁତି 

ମନ ଯନ୍ତ୍ରଣାର 

ଅକୁହା କଥାର ତାତି ||


ସ୍ମୁତି 

ପିଲା ବେଳେର 

ବହୁରାଣୀ ଖେଳ ସାଥି ||


ସ୍ମୁତି 

ମା ହାତ ରନ୍ଧା 

ବିଦେଶ ହୋଟେଲର ତ୍ରୁଟି ||


ସ୍ମୁତି 

ବାପାଙ୍କ ସ୍ନେହଟା 

ଶାଶୁଘରେ ସାଜେ ଅତିଥି ||


ସ୍ମୁତି 

କଅଁଳ ମନର

ପ୍ରଜାପତି ଧରା ଖୁସୀ ||


ସ୍ମୁତି 

ମନ ପଡ଼ିଆର 

ଘାସ ଗାଲିଚା ପ୍ରୀତି ||


ସ୍ମୁତି 

ଧୋକା ପ୍ରେମିକର

ଅଭୁଲା ଅତିତ ସଖି ||


ସ୍ମୁତି 

ରାଧା କୃଷ୍ଣଙ୍କର 

 ପ୍ରେମ ଉଦାହରଣ କୀର୍ତ୍ତି ||


ସ୍ମୁତି

ସ୍ମୁତି ଭିତରେ 

ଖୋଜି ବୁଲୁ ଥାଏ ସ୍ମୁତି .......||


Rate this content
Log in

Similar oriya poem from Action