STORYMIRROR

NIBEDITA MOHAPATRA

Fantasy

4  

NIBEDITA MOHAPATRA

Fantasy

ମୁଁ ଓ ମୋ ଭାବନା

ମୁଁ ଓ ମୋ ଭାବନା

1 min
384


ଭଲ ଝିଅଟିଏ ହେବି ମୁଁ ସବୁରି

କଲି ମନରେ ବିଚାର

ସେଥିଲାଗି ପରା କରି ନେଇଥିଲି

ନିରବତାକୁ ନିଜର।

ଭାବୁଥିଲି ବୁୁଝି ପାରିବେ ସଭିଏଁ

ଏହି କ୍ଷୁଦ୍ର ଭାବନାକୁ

ହେଲେ ପରିତାପ କେହି ନ ବୁଝିଲେ

କହିଲେ ଭୁଲ୍ ତାହାକୁ।

ଦେବିନି କାହାକୁୁ କେବେ ବି ଯାତନା

କରି ନେଲି ଦୃଢ ପଣ

ସେଥିପାଇଁ ଆଜି ବିନା ପ୍ରତିବାଦେ

ସହୁଛି ସବୁ କଷଣ।

ଭାବନ୍ତି ସରବେ ଗର୍ବୀ ବୋଲି ମୁହିଁ

ନ କହେ କେବେ ବଚନ

ହେଲେ କଟୁ କଥା ନ ପାରିବି ସହି

ବୋଲି ରହୁଛି ମ‌ଉନ।

ଅନ୍ୟର ଆକ୍ଷେପ ଭରା ଉକ୍ତି ଠାରୁ

ରହିବା ପାଇଁ ଦୂୂୂୂରେଇ

ପ୍ରତ୍ୟୁତ୍ତର ନ ଦେଇ ମୌନ ରହିଲି

ସଂଯତ ଭାବକୁ ନେଇ।

ପରିତ୍ୟାଗ କରି ସବୁ ସୁଖ ମୋ'ର

ସମସ୍ତଙ୍କ ଖୁସି ପାଇଁ

ହସିହସି ସବୁ କିଛି ଗଲି ସହି

ନିଷ୍କପଟ ମନ ନେଇ।

ଆଶା କରିଥିଲି ମିଳିଯିବ ମତେ

ସବୁରି ସ୍ନେହ ମମତା

ତାକୁ ପୁଞ୍ଜି କରି ପାରି କରିଦେବି

ଜୀବନର ଲମ୍ବା ରାସ୍ତା।

ପରିବର୍ତ୍ତନ ହେଲା ଭାଗ୍ୟର ଗତି

ମିଳିଲା ଓଲଟା ଫଳ

ହାତ ଛାଡି ଏକା କରି ସର୍ବେ ଗଲେ

ଭାଙ୍ଗିଦେଇ ମନୋବଳ।

ନିରାଶ୍ରୟ ହୋଇ ପଶିଲି ଯେ ମୁହିଁ

ବିଶ୍ବ ପିତାଙ୍କ ଶରଣ

ସମର୍ପିତ କରି କର୍ମ ଭାବନାକୁ

ବନ୍ଦିଲି ତାଙ୍କ ଚରଣ।

ଶେଷ ଭରସା ସେ ପ୍ରଭୁ ଜନାର୍ଦ୍ଦନ

ତାଙ୍କ ବିନା ଗତି କାହିଁ

ମିଛ ମାୟା ଏଇ ସଂସାର ବକ୍ଷରେ

ନିଜର ମୋ' କେହି ନାହିଁ।


Rate this content
Log in

Similar oriya poem from Fantasy