STORYMIRROR

Sitaram Budhibaman Behera

Abstract Fantasy

4  

Sitaram Budhibaman Behera

Abstract Fantasy

ଅନ୍ଧର ସହରେ

ଅନ୍ଧର ସହରେ

1 min
315

ମୁଁ ବଞ୍ଚୁଛି ଯେନ ତେନ ପ୍ରକାରେଣ

ଏହି ଅନ୍ଧର ସହରେ

ଯେଉଁଠି

ଦୁଇ ଆଖି ଖୋଲା

କିନ୍ତୁ, ଦେଖନ୍ତିନି ଏଠି 

କେହି ବି କାହାକୁ

କାରଣ,

ସେମାନେ ବି ବଂଚୁଛନ୍ତି

ଏହି ଅନ୍ଧର ସହରେ !


ମୋତେ ନିତି ଦରକାର ଏଠି      

କ୍ଷୀର, ଛେନା, ଦହି, ଘିଅ ଅନ୍ନ

କିନ୍ତୁ

ରାସ୍ତାକଡରେ ଶୋଇଥିବା

ଏ ଗାଈ ଗୋରୁ ଗୁଡା

ଯାହା ମୋର

ବ୍ୟସ୍ତ ମୋଟର ବାଜି

ହେଲେ କ୍ଷତା କ୍ଷତ

ସେମାନଙ୍କୁ 

ଅଣଦେଖାକରି

ମୁଁ ମାଡି ଚାଲେ

ଆଗକୁ ଆଗକୁ

କାରଣ,

ମୁଁ ପରା ଆଖି ଥିବା ଅନ୍ଧ

ଏହି ଅନ୍ଧର ସହରେ !


ରାଜରାସ୍ତା ପାର କରେ ମୁହିଁ

ଲାଲ ସିଗନାଲ

ଲାଗି ଗଲା ପରେ ବି

ମୋ ଲାଗିହୋଇଯାଏ

କେତେ ଯେ ଦୁର୍ଘଟଣା

କିନ୍ତୁ ତା ସତ୍ୱେ ବି'

ମୋତେ ଚାହାଁନ୍ତି ସମସ୍ତେ

କେବଳ ଜଳକା ଭଳିଆ

ହେଲେ କେହି କେବେ

ପାଟି ବି ଖୋଲନ୍ତିନି

ଆଉ ଆଗେଇ ଚାଲନ୍ତି

ଯିଏ ଯାହା ବାଟେ

କାରଣ,

ସେମାନେ ବି ତ ବଂଚୁଛନ୍ତି

ଏହି ଅନ୍ଧର ସହରେ !


ମୁଁ ପଶି ଯାଏ

ବଡ଼ ସନ୍ତର୍ପଣରେ

ଫୁଟପାଥ ଡେଇଁ

ଚକାଚକ ସପିଙ୍ଗ ମଲରେ

ଦେଖି ପୁଣି ଅଣ ଦେଖା କରେ

ଅଧାଘୋଡା ଶରୀରରେ

କିଛି ମାଗୁ ଥିବା

କିଶୋର କିଶୋରୀଙ୍କୁ

ସେମାନଙ୍କ ଧୂଳି ଧୂସରିଆ

ଚେହେରାକୁ

ଆଉ ଭୋକିଲା ପେଟ

ଶୁଖିଲା ଶୁଖିଲା

ଆଖି ଦୁଇଟିକୁ

କାରଣ,

ମୁଁ ବଞ୍ଚୁଛି ଏଠି ପରା

ଅନ୍ଧର ସହରେ !


ଶରୀରର ବ୍ୟାପାର

ଏଠି ଚାଲେନି କେବଳ

ରେଡ ଲାଇଟ ଇଲାକାରେ

ପେଟ ପାଟଣାପାଇଁ

ଅବା ଯୌନ କ୍ଷୁଧା

ମେଣ୍ଟାଇବା ଲାଗି

ଦେହର ବ୍ୟାପାର

ଏଠି ଖୁବ ଚାଲେ

ମର ଶରୀରକୁ

ଭେଣ୍ଟିଲେଟରରେ

ରଖି ଦେଇ

ଲକ୍ଷ ଲକ୍ଷ ଟଙ୍କାର

ଚାଲାଣ ଲଗାଇ,

ମୁଁ କିନ୍ତୁ ସବୁ ଦେଖେ

ଆଉ ଚୁପଚାପ

ଗଣି ଦିଏ ଟଙ୍କା

କାରଣ,

ମୋତେ ପରା

ବଂଚିବାକୁ ହେବ

ଏହି ଅନ୍ଧର ସହରେ !


ବେଳେ ବେଳେ

ବଡ଼ ରାଗ ଲାଗେ

ଅପାରଗତ 

ଏ ଶାସନ କଳକୁ

ଏ ଖାଲ ଖଣା

ରାଜ ରାସ୍ତାକୁ

ଏଣେ ତେଣେ ବୁଲୁଥିବା

ଗାଈ ଗୋରୁ

ଓ ଫୁଙ୍ଗୁଳା ପିଲାଙ୍କୁ

ମନ ଇଚ୍ଛା

ପଇସା ଟାଣୁଥିବା

ଖୁଚୁରା ବେପାରୀ,

ବଡ଼ ବଡ଼ ଡାକ୍ତର 

ଓ ଓକିଲ ମାନଙ୍କୁ

ମୁଁ କିନ୍ତୁ ସବୁ ଦେଖି

ଚୁପ ରହିଯାଏ

କାରଣ,

ମୋତେ ଯେମିତି ବି ହେଉ

ବଂଚିବାକୁ ହେବ ପରା 

ଏହି ଅନ୍ଧର ସହରେ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract