STORYMIRROR

Sitaram Budhibaman Behera

Others

3  

Sitaram Budhibaman Behera

Others

ନକ୍ସଲବାଦ -ସାବଧାନ

ନକ୍ସଲବାଦ -ସାବଧାନ

1 min
255

ଜଳିବରେ ଜୁଇ ଜଳିବ

 ନକ୍ସଲଵାଦର ସମୂଳ ବିନାଶ

ଭାରିତୀୟ ସେନା କରିବ

ଜଳିବରେ ଜୁଇ ଜଳିବ !


ଜଙ୍ଗଲ ପାହାଡ଼ 

ଝରଣାର ସ୍ରୋତ

ନୁହଇଁ କେବଳ

ତୋହର

କିଵା ସହରୀ 

କିଵା ଆଦିବାସୀ 

ସର୍ବେ ସନ୍ତାନ

ଭାରତ ମାଆର

ଆସିବରେ ଦିନ ଆସିବ

ନକ୍ସଲଵାଦର

ଘନ କୁହୁଡି ଏ

ହଟିବ !


ଆରେ ସନ୍ତ୍ରାସୀ

ରକ୍ତ ପିଆସି

ଅଟୁ ପରା ବଡ଼ ଚତୁର

ଯଦି ସାମ୍ୟବାଦ

ତୋହରି ଆଦର୍ଶ

କାହିଁକି ପାତର ଅନ୍ତର

ତୁ ତୋର ସାଥି

ମଦ୍ୟ  ମାଂସରେ ମାତିଛ

ହେଲେ ;

ପ୍ରକୃତ ଆଦିବାସୀ

ଭୋକରେ ଡହଳବିକଳ

ଫେରିବରେ ତାଙ୍କ ଦିନ ଫେରିବ

ସେହି ଅରଣ୍ୟରେ

ଭୋକର ଜ୍ୱାଳାରେ

ନାହିଁ, କେହି ଆଉ ମରିବ !


କେତେ କ୍ରୂର ତୁହି

ଛଦ୍ମେ ରଣଭୂଇଁ

ରଚିଲୁ ଦଣ୍ଡକା ଅରଣ୍ୟେ

ବୀର ସୈନିକର

ଶୋଣିତ ପିଇ

ତାଣ୍ଡବ କଲୁ ଗିରି କାନନେ

ଅତି ଶୀଘ୍ର

କାଳ ତୋର ପୁରିବ

ସେହି ଅରଣ୍ୟରେ

ତୋର ଖୁବ ଶୀଘ୍ର

ହୁତୁ ହୁତୁ ଜୁଇ ଜଳିବ !


ଆସିବରେ ଦିନ ଆସିବ

ଅଳ୍ପ ଦିନରେ ତୋ

ଉନ୍ମାଦ ସାଥେ

ତୋର ସଂରକ୍ଷଣକାରୀ

ବି ମରିବ

ତେବେ ଯାଇ ଏହି

କାଳ ଛାୟା ହଟି

ନୂତନ ସୂରୁଜ ଦିଶିବ

ପୁଣି ଥରେ ଏହି 

ଗିରି କାନନର

କୋଣ ଅନୁକୋଣ ହସିବ

ଆସିବରେ ଦିନ ଆସିବ !


Rate this content
Log in