"ତୋର ମୋର "
"ତୋର ମୋର "
ତୁ ରାତିର କାକର
ମୁଁ ସୂର୍ଯ୍ୟ ସକାଳର
ତୁ ଗୋରୀ ଫୁଲ ଆଉ
ମୁଁ ଚଗଲା ଭ୍ରମର !
ତୁ ସ୍ୱଚ୍ଛ ଧାରଟିଏ
କେଉଁ ଅଳସି ନଈର
ମୁଁ କର୍କଶ ପାଷାଣ
ତୋର ଏ ଚଲା ପଥର
ତଥାପି ତୋ ସ୍ପର୍ଶେ ହୁଏ
ମୁଁ ଏତେ ବିଭୋର!
ତୁ ଝିପି ଝିପି ବର୍ଷା
ମୁଁବଜ୍ର ବିଜୁଳିର
ତୁ ପିଆସି ଚକୋରୀ
ମୁଁ ପାଗଳା ଚକୋର
ତଥାପି କାହିଁକି ଲାଗୁ
ଏତେ ଆପଣାର !
ତୁ ମଳୟ ପବନ
ଏକ ଚୋରା ଚଇତିର
ମୁଁ ଅଦିନ ବତାସ
ଏକ କାଳ ବୈଶାଖୀର
ତଥାପି ସମୟ ଗାଏ
ଗଳ୍ପ ତୋର ମୋର !
ମୁଁ ଉନ୍ମୁକ୍ତ ଶାମୁକା
ଏକ ସାଗର ବେଳାର
ଟିକି କାକର ବିନ୍ଦୁ ତୁ
ଏକ ପୁସ୍ୟା ନକ୍ଷତ୍ରର
ମୋ ହୃଦେଲୁଚି ହେଲୁ
ମୁକ୍ତା
ଅମୁଲ ମୂଲର !
ତୁ ମଧୁର ସପନ
ପ୍ରତି ନିସ୍ତବ୍ଦ ରାତିର
ମୁଁ ଅଲେଖା କାହାଣୀ
ତୋର କୁଆଁରୀ ବେଳର
ମୋ ମନ ମନେ ବନ୍ଧା
କେତେ ଯେ ଯୁଗର !
ତୁ ପାଦର ନୁପୁର
ମୁଁ ବଇଁଶୀର ସୁର
ତୁ ଅଳତାର ଗାର
ମୁଁ ମଥାର ସିନ୍ଦୁର
ତୋର ମୋର ସାଥି ଅଟେ
ଯୁଗ ଯୁଗାନ୍ତର !
* ଅନ୍ତରର ପ୍ରେମ