STORYMIRROR

Sitaram Budhibaman Behera

Romance

3  

Sitaram Budhibaman Behera

Romance

ଓଆଉ କିଛି ଲୋଡ଼ା ନାହିଁ

ଓଆଉ କିଛି ଲୋଡ଼ା ନାହିଁ

1 min
212

ନିଜକୁ ହଜାଇ ତୁମକୁ ପାଇଛି

ଆଉ କିଛି ଲୋଡ଼ା ନାହିଁ,

ଭସା ବାଦଲରୁ ବରଷା ହେଉଛି

ଆଉ, ଶ୍ରାବଣୀ ଖୋଜିବି କାହିଁ,

ଆଉ କିଛି ଲୋଡ଼ା ନାହିଁ !


ଅନେକ ଦିନରୁ ଅମଡ଼ା ରାସ୍ତାରେ

ଯାଉ ଥିଲି ଏକା ଚାଲି

କେବେ ପଥ ହରା

କେବେ ସାଥି ହରା

କେବେ ଅନ୍ଧାରେ ବୁଲିଲି

ତୁମେ ମିଳି ଗଲ

ମଶାଲଟେ ହୋଇ

ଆଉ,

ଅନ୍ଧାରକୁ ଡର କାହିଁ,

ଆଉ କିଛି ଲୋଡ଼ା ନାହିଁ  !


ସୁଖରେ ଦୁଃଖରେ

ସାଥିରେ ଚାଲିଲେ

ଦୀର୍ଘ ପଥ କଟି ଯିବ,

ଅସୀମିତ ବାଧା ଅମାପ ବନ୍ଧନ

ଆପେ ଆପେ ହଟି ଯିବ

ମରୁ ଭୂମିରେ ଯେ

ଝରଣା ମିଳିଲା

ଆଉ ନଦୀ ମୁଁ

ଖୋଜିବି କାହିଁ,

ଆଉ କିଛି ଲୋଡ଼ା ନାହିଁ

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance