ଓଆଉ କିଛି ଲୋଡ଼ା ନାହିଁ
ଓଆଉ କିଛି ଲୋଡ଼ା ନାହିଁ
ନିଜକୁ ହଜାଇ ତୁମକୁ ପାଇଛି
ଆଉ କିଛି ଲୋଡ଼ା ନାହିଁ,
ଭସା ବାଦଲରୁ ବରଷା ହେଉଛି
ଆଉ, ଶ୍ରାବଣୀ ଖୋଜିବି କାହିଁ,
ଆଉ କିଛି ଲୋଡ଼ା ନାହିଁ !
ଅନେକ ଦିନରୁ ଅମଡ଼ା ରାସ୍ତାରେ
ଯାଉ ଥିଲି ଏକା ଚାଲି
କେବେ ପଥ ହରା
କେବେ ସାଥି ହରା
କେବେ ଅନ୍ଧାରେ ବୁଲିଲି
ତୁମେ ମିଳି ଗଲ
ମଶାଲଟେ ହୋଇ
ଆଉ,
ଅନ୍ଧାରକୁ ଡର କାହିଁ,
ଆଉ କିଛି ଲୋଡ଼ା ନାହିଁ !
ସୁଖରେ ଦୁଃଖରେ
ସାଥିରେ ଚାଲିଲେ
ଦୀର୍ଘ ପଥ କଟି ଯିବ,
ଅସୀମିତ ବାଧା ଅମାପ ବନ୍ଧନ
ଆପେ ଆପେ ହଟି ଯିବ
ମରୁ ଭୂମିରେ ଯେ
ଝରଣା ମିଳିଲା
ଆଉ ନଦୀ ମୁଁ
ଖୋଜିବି କାହିଁ,
ଆଉ କିଛି ଲୋଡ଼ା ନାହିଁ

