"ପ୍ରାତଃ ବନ୍ଦନା "
"ପ୍ରାତଃ ବନ୍ଦନା "
ଆସ ଆଦିତ୍ୟ ନବ ଦୀପ୍ତିରେ
ନବ ଦିଗନ୍ତେ ବ୍ୟାପି
ନୂତନ ଉଲ୍ଲାସେ ହସୁ ଏ ଧରା
ନବ ପ୍ରକାଶ ସ୍ଥାପି !
ଆସ ମାଁ ଉଷା ନୂତନ ତନୁରେ
ସ୍ନିଗ୍ଧ ହାସ୍ୟ ଫୁଟାଇ
ଧରଣୀ ରାଣୀର ନବ ପଣତରେ
ମୁକ୍ତାର ବିନ୍ଦୁ ସଜ୍ଜାଇ !
ଆସ ଈଶ୍ୱର ଏହି ଧରା ବକ୍ଷେ
ନବ ଚେତନା ନେଇ
ଦୁଃଖ ଯନ୍ତ୍ରଣା ଦୂରୀଭୂତ ହେଉ
ତୁମରି ଆଶିଷ ପାଇ !
ଧନ୍ୟ ହେଲା ତନ ଧନ୍ୟ ହେଲା ମନ
ତୁମ ସ୍ତୁତି ଗାଇ ଗାଇ
ପ୍ରତି ପ୍ରଭାତରେ ବନ୍ଦନା କରୁଛି
ନତ ମସ୍ତକ ହୋଇ !
