STORYMIRROR

Sitaram Budhibaman Behera

Others

3  

Sitaram Budhibaman Behera

Others

ଶିଶୁଟିର ଜନ୍ମ ଏହି ମହା ସମରରେ

ଶିଶୁଟିର ଜନ୍ମ ଏହି ମହା ସମରରେ

1 min
136

ଜନ୍ମ ହୋଇଛି ସେ ଆଜି

ମହା ଭୟଙ୍କର ଏହି ସଂଗ୍ରାମ ପ୍ରାଙ୍ଗଣେ

ଚାରିଆଡେ କର୍ଣ ଭେଦି ଗୁଳି ଗୋଳା

ବୋମା ବିସ୍ଫୋରଣ

ତଥାପି ବି ମାଆ ତାର ହାର ମାନିନି

ଜନ୍ମ ଦେଇଛି ତାକୁ ଏହି

ମହା ସଂଗ୍ରାମ ଭିତରେ ।


ମାଆର ଗର୍ଭାଶୟରେ ରହିବା ଦିନଠୁଁ

ପିତାଙ୍କର ସ୍ନେହଁ ବୋଳା କର ସ୍ପର୍ଶ

ଅନୁଭବ କରି ଥିଲା କେତେ କେତେ ଥର

ଅନେକ ସ୍ୱାଦିଷ୍ଟ ଭୋଜନରେ

 ମାଆ ସାଥେ ଭାଗିଦାର ଥିଲା 

କିଵା ବେଳ କିଵା ଅବଳେର ।


ଆଜି କିନ୍ତୁ ଆଖି ଖୋଲି

ଟୁକୁର ଟୁକୁର ଦେଖେ ସିଏ

ରଣ ତ୍ରସ୍ତ ମଣିଷ ପୁଳାଏ

ଚାହିଁ ରହିଛନ୍ତି କେବଳ ତାହାକୁ

ନୀର ଭିଜା କାତର ନୟନେ

ସ୍ନେହଁରେ କୋଳକୁ ନେବା ପ୍ରତିବଳରେ ।


ତା ମାଆ କିନ୍ତୁ ତାକୁ ଜାବୁଡି ଧରିଛି

ନିଜର କୋଳରେ ଏକ ନିର୍ଭିକ ପଣରେ

ଆଉ ତା ଛାତିରୁ ଝରୁଥିବା ଅମୃତ ଵୁନ୍ଦରେ

ଉଦର ଜ୍ୱାଳା ଶାନ୍ତ ହୋଇଛି ତାର

ଦିନ ରାତି ବେଳ ଅବେଳରେ ।


ନିର୍ଭିକ ମାଆଟି ମଧ୍ୟ ପଣ କରି ଅଛି

ହେଉ ପଛେ ଶତ ଶତ ମିସାଇଲ ମାଡ 

ବିଷାକ୍ତ ଧୂଆଁ ଧୂଳିରେ ପୁରି ଉଠୁ ମହୀ

ତଥାପି ପାଳିବ ତାର ଏ ' ଅବୋଧ ଶିଶୁ

ବକ୍ଷରେ ଜାବୁଡି ଧରି ପ୍ରତି ମୁହୂର୍ତ୍ତରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍