STORYMIRROR

Sitaram Budhibaman Behera

Romance

4  

Sitaram Budhibaman Behera

Romance

ଫେରିଆସ ସାଥି

ଫେରିଆସ ସାଥି

1 min
240

ସେଇ ଅଳସୀ ନଈର କୂଳେ

ପ୍ରିୟା ଆସିବ କି' ପୁଣି ଥରେ

ଯେଉଁ ନଈ କୂଳ ସଞ୍ଜ ଓ ସକାଳ

ସାଥି ଥିଲେ ଆମ ପ୍ରେମରେ

ପ୍ରୀୟା, ଆସିବ କି

ପୁଣି ଥରେ !!


ତୁମେ କହୁଥିବ ମୁଁ ଶୁଣୁ ଥିବି

ଅନାବନା କେତେ କଥା

ତୁମେ କରୁ ଥିବ ମିଛ ଅଭିମାନ

ପୋତି ଦେଉଥିବ ମଥା

ଭୁଲ ନ କରି ବି କ୍ଷମା ମାଗୁଥିବି

ମୋ ଦରଦୀ ଦୁଇ ଆଖିରେ !!


ଲାଜେ ମରୁଥିବ ହଳଦୀ ବସନ୍ତ

ଜଳି ତୁମ ଅପରୂପରେ

ପାଗଳା ପବନ କେତେ ବାହାନାରେ

ଖେଳୁ ଥିବ ତୁମ କେଶରେ

ଅଲରା କେଶକୁ ସଜାଡୁ ଥିବି ମୁଁ

ମୋର ଏ ଚଗଲା ହାତରେ !!


ତୁମେ ସାଥି ମୋର ମୁଁ ବି ତୁମର

ଆଉ କାହାକୁ ବା ଡର

ଏଇ ନଈକୂଳ ଏଇ ବରଗଛ

ସାକ୍ଷୀ ତୁମ ମୋ ପ୍ରେମର

ଆଉ ଥରେ ଆମ ପ୍ରଣୟ ଗାଥାକୁ

ଲେଖିଯିବା ନଈ ପଠାରେ  

ପ୍ରିୟା,ଆସିବ କି ପୁଣି ଥରେ !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance