STORYMIRROR

Sitaram Budhibaman Behera

Tragedy

4  

Sitaram Budhibaman Behera

Tragedy

ଆଜି ମୁଁ କେତେ ଅସହାୟ ସତେ

ଆଜି ମୁଁ କେତେ ଅସହାୟ ସତେ

1 min
202


ବାସ୍ତବତାରେ ପରିପୂର୍ଣ

ଏ ସଂସାରରେ

ଆଜି ଯେମିତି

ଏକ ଅଦ୍ଭୁତ 

ଡାଆଣିଆ ଆଖି

ଲାଗି ଯାଇଛି

କେତେବେଳେ ପତର ଝଡାରେ

ଖାଲି ଶୁଖିଲା ପତ୍ର

ଝଡ଼ୁ ଥିଲେ ସିନା

ଏବେ କିନ୍ତୁ ଏ ଅସମୟ

ପତର ଝଡାରେ

ନୀତିନୀତି ପଲ୍ଲବିତ 

ଶାଖା ପ୍ରଶାଖା ଗୁଡିକ

ଭାଙ୍ଗି ରୁଜି

ଭୂଇଁରେ ଲୋଟୁଛନ୍ତି ।


ଡର ଲାଗୁଛି ଏବେ

ପ୍ରତ୍ୟେକ କ୍ଷଣରେ

କୌଣସି ମା କୁ

ପଚାରିବାକୁ

"ମାଆଲୋ ତୁ କେମିତି ଅଛୁ "

ବୋଲି,

ଆକ୍ରୋଶରେ ହେଉ

ଅବା ସାତ ସମୁଦ୍ରର 

ଲୁହକୁ ଅନେକ

କଷ୍ଟରେ ଚାପି ରଖିଥିବା

ମାଆଟି

କାଳେ କହି ଦେବ କି

"ଏବେ ଏବେ ମୋର

ହୃଦୟର ଟୁକଡାଟିକୁ

ଏଇ ସ୍ମଶାନରେ ଶୁଆଇ 

ଦେଇ ଆସିଛି " ।


ତଥାପି ବି ମୁଁ 

ଏକ ଉନ୍ମାଦନାରେ

ଘୁରି ବୁଲୁଛି

କେତେ ଗଳି କନ୍ଦି

କେତେ ଗାଁ

କେତେ ଯେ ସହର

ମନ୍ଦିର, ମସଜିଦ, ଗୁରୁଦ୍ୱାରା,

ଚର୍ଚ୍ଚ ସବୁ ଖାଁ ଖାଁ

ଲାଗୁଥିବା ବେଳେ

ସ୍ମଶାନ ଗୁଡିକ

ଦାଉ ଦାଉ

ହୋଇ ଜଳୁଛନ୍ତି

କବର ଗୁଡିକ

ନୀତି ଖୋଳା ହୋଇ

ଶବ ଗୁଡିକ

ନୀତି ପୋତା ହେଉଛନ୍ତି

ଫୁଲ ଚନ୍ଦନ ଓ ଅତରର 

ବାସ୍ନାର ସାଥିରେ

ପୋଡ଼ୁଥିବା 

ମାଂସର ଗନ୍ଧ ବାରି ବାରି

ସ୍ମଶାନ ଚଣ୍ଡୀ ଚାମୁଣ୍ଡାମାନେ

ଉନ୍ମୁକ୍ତ କେଶରେ

ନାଚି ଚାଲି ଛନ୍ତି ।


ଡର ତ ଲାଗୁଛି

ପ୍ରତ୍ୟେକ କ୍ଷଣରେ;

କା ଶବକୁ କାନ୍ଧ ଦେବି

କା ଘରେ ସାନ୍ତ୍ୱନା ଦେବି

କୋଉ ମୁହୁର୍ତରେ

କାହାର କ୍ରନ୍ଦନକୁ

ଶାନ୍ତ କରିବି

ଅବା ନିଜ ଘରର

ତାଟି କବାଟ ବନ୍ଦ କରି

ନିଜକୁ ଲୁଚାଇ ରଖିବି ।


ଏହି ସବୁ ବିଚାରରେ

ଅସ୍ତ ବ୍ୟସ୍ତ ଥିଲା ବେଳେ

ଆପେ ଆପେ

ଅବଶ ହାତ ଯୋଡିକ

ଉପରକୁ ଉଠି ଯାଆନ୍ତି

ସେହି ବିଶ୍ୱ ନିୟନ୍ତା ଙ୍କ  

ଉଦ୍ଧେଶ୍ୟରେ

ଆଉ ଅନ୍ତର ଆତ୍ମରୁ

ଏକ ସ୍ୱର ସୁଭେ

ଏଇ ଅଳ୍ପ କାଳରେ

ସବୁ କିଛି ଠିକ ହେବାକୁ

ଯାଉଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy