STORYMIRROR

Sitaram Budhibaman Behera

Romance

4  

Sitaram Budhibaman Behera

Romance

ନୀରବତା

ନୀରବତା

1 min
256

ତୁମେ ନୀରବ ରହି ବି '

କେତେ କ 'ଣ କହି ଯାଅ

କେବଳ ମୁଁ ହିଁ ଜାଣିଛି,

ତୁମେ ଆଖି ମୁଜି ବି '

କେତେ କଣ ଜାଣି ଯାଅ

ସେ କଥା ମୁଁ ଅଙ୍ଗେ ଲିଭେଇଛି ||


ତୁମେ ମୋ ମନ ରାଇଜରେ

କେମିତି ରାଜୁତି କରୁଛ

ସେ କଥା ମୁଁ ହିଁ ଜାଣିଛି,

ମୋର ଟିକିଏ କ 'ଣ ହୋଇଗଲେ

ତୁମେ ଯେ କେତେ କଷ୍ଟ ପାଅ

ସେ କଥା ମୁଁ ହିଁ ଜାଣିଛି  ||


ମୋର ହସରେ, କାନ୍ଦରେ

ମୋର ପ୍ରତି ନିଶ୍ୱାସରେ

ମୋର ପ୍ରତି ବିଶ୍ୱାସରେ

କେବଳ ତୁମେ ହିଁ ତୁମେ ହିଁ

ରହିଛ,

କେତେ ଘାତ ପ୍ରତିଘାତ ସହି

ଅତି ନୀରବତାରେ

ମୋତେ ଆପଣେଇ ନେଇଛ

ସେଥିପାଇଁ ସାଥି ମୋର

କୃତଂଜ୍ଞତା ଜଣାଉଛି...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance