Sitaram Budhibaman Behera

Tragedy


4  

Sitaram Budhibaman Behera

Tragedy


"ମାଆ ଆଜି ବି କାନ୍ଦୁଚି "

"ମାଆ ଆଜି ବି କାନ୍ଦୁଚି "

1 min 158 1 min 158

ମାଆ କଲି ବି କାନ୍ଦୁ ଥିଲା 

ମାଆ ଆଜି ବି କାନ୍ଦୁଚି !


ବିବାହର କିଛି ମାସ ପରେ 

ମାଆ ହେବାର ସଂକେତ 

ପାଇ 

ମାଆ କାଲି ବି

କାନ୍ଦି ଥିଲା 

ଆଉ ଅସହ୍ୟ 

ପ୍ରସବ 

ପୀଡା ପାଇ 

ଛୁଆଟିକୁ ଜନ୍ମ ଦେଲା ପରେ 

ମାତୃତ୍ୱର 

ଅଭିମାନରେ 

ମାଆ ଆଜି ବି 

କାନ୍ଦୁଚି !


ଉଚ୍ଚ ଶିକ୍ଷା ଲାଗି ସନ୍ତାନକୁ 

ବାହାରକୁ ପଠାଇ ଦେଇ 

ମାଆ କାଲି ବି କାନ୍ଦିଥିଲା 

ଉଚ୍ଚ ଶିକ୍ଷା ସହିତ

ତାର 

ଚାରିତ୍ରିକ ହନନରେ 

ମର୍ମାହତ ମାଆଟି 

ଆଜି ବି କାନ୍ଦୁଚି !


ଯେଉଁ ସନ୍ତାନଟିକୁ 

ଟିକିଏ ଜ୍ୱର ହୋଇ ଗଲେ 

ଅସ୍ତ ବ୍ୟସ୍ତ ମାଆଟି 

କାଲି ବି କାନ୍ଦୁଥିଲା 

ଆଜି ନିଶାସକ୍ତ 

ସନ୍ତାନର 

ରୋଗ ଶଯ୍ୟା ପାଖେ 

ନୀରିହା ମାଆଟି 

ହୃଦୟ ଥରାଇ କାନ୍ଦୁଚି !


ଝିଅର ବିବାହ ତାରିଖ ଠିକ 

ହେବା ଦିନୁଁ 

ତାର ଅଷ୍ଟ ଅଳଙ୍କାର 

ସଜାଡୁ ସଜାଡୁ 

ମାଆ କାଲି ବି କାନ୍ଦିଥିଲା 

ଆଉ ଯୌତୁକ 

ଯନ୍ତ୍ରଣାରୁ ଉଦ୍ଧାର ଲାଗି 

ଶାଶୁ ଘରୁ 

ଛାଡ଼ପତ୍ର ନେଇ ଆସିଥିବା 

ଝିଅର ଅସଜଡ଼ା ମଥାକୁ 

ସାଉଁଳୁ ସାଉଁଳୁ 

ମାଆ ଆଜି ବି କାନ୍ଦୁଚି !


ପୁଅର ବିବାହ ପରେ 

ସୁନାନାଖି ବୋହୂଟିର 

ସେବା ଶୁଶ୍ରୁଷାରେ 

ଯେଉଁ ମାଆ 

କାଲି ବି କାନ୍ଦିଥିଲା (ଖୁସିରେ )

ସହରୀ ପାଲଟି ଯାଇଥିବା 

ସେଇ ପୁଅ ବୋହୂଙ୍କର 

ଫେରନ୍ତା ରାସ୍ତାକୁ ଚାହିଁଚାହିଁ 

ଓଷା ପୁନେଇଁରେ 

ମାଆ ଆଜି ବି କାନ୍ଦୁଚି !


ପେଟରେ 

ଓଦା ଲୁଗା 

ଦେଇ 

ଯେଉଁ ସନ୍ତାନଟିକୁ 

ଉଚ୍ଚ କୋଟିର ମଣିଷ କରି 

କାଲି ବି କାନ୍ଦିଥିଲା ମାଆ 

ଆଜିର ସମାଜର 

ଚକ୍ଚକ୍ୟତା ଭିତରେ 

ହଜି ଯାଇଥିବା 

ସେହି ସନ୍ତାନଟିର ଲାଗି 

ଗାଉଁଲି ମାଆଟି 

ଚିରା ଫଟା କନ୍ଥା ଭିତରେ କାନ୍ଦୁଚି 

ତ 

ସହରୀ ମାଆଟି 

ବୃଦ୍ଧା ଆଶ୍ରମର 

ଚାରି କାନ୍ଥ ଭିତରେ 

ମୁହଁ ଲୁଚାଇ କାନ୍ଦୁଚି !



Rate this content
Log in

More oriya poem from Sitaram Budhibaman Behera

Similar oriya poem from Tragedy