STORYMIRROR

SRIKANTA PRADHAN

Fantasy

4  

SRIKANTA PRADHAN

Fantasy

ଶୀତ ସମୟ

ଶୀତ ସମୟ

1 min
414



ପରବେଶ ଶୀତ ହୋଇଲା ଅସୀତ ଦରଶ ଦିଶିଲା ଜଗତ

ବହିଲା ଯେ ବାତ ହୋଇ ଜଡ଼ବତ ରମ୍ଭାପଲ୍ଲବ ହେଲା ଗାତ୍ର l

ଆଗତେ, ଶୀତରାଣୀ ଚିତ୍ତ ଚତ୍ତ୍ୱର

କାମୀଜନେ କାମ ଆଗତ କରାଇ କ୍ରୀଡ଼ା ଆରମ୍ଭିଲା ସତ୍ତ୍ୱର l01l


ବୃହତଭାନୁ ତେଜ ଆଦର ହୋଇଲା ଭାନୁତେଜ ହେଲା ମଳିନ

ଉତ୍ତର ଧ୍ରୁବରୁ ଦ୍ଵିଜଚକ୍ର ଆଳି ଜମ୍ବୁ ଦ୍ବୀପରେ ଆଗମନ l

ଆନନ୍ଦ, ଚିତ୍ତେ କରିଲେ ନାନା ରୁତ l

ଅବାକି ବେଦାନ୍ତୀ ଦ୍ଵିଜଗଣେ ମିଳି ଗାଇ ସାମବେଦ ସଙ୍ଗୀତ l02l


ଶୀତଳ ଅଶନ ଅରୁଚି ହୋଇଲା ଶୀତବସନ ହୋଇ ରୁଚି

ଦୀନଜନେ ଅବିରତରେ ଚଞ୍ଚଳ ବିଚାରି ସଞ୍ଚିଛି ବିରଞ୍ଚି l

ପ୍ରତୀପ, ଧନୀଏ ଗଛି ବଛାବଛି l

ସୁରୁଚି ପଶମ ଅମ୍ବର ଶରୀର ଯାହାକୁ ଯେ ରୂପେ ଶୋହୁଛି l03l


>

ଚ୍ୟୁତବୃକ୍ଷମାନେ ପୁଷ୍ପବତୀ ହେଲେ ଶୀତରେ ଘେନି ଅନୁରାଗ

ପୁଷ୍ପରେଣୁମାନ ବିଞ୍ଚିଲା ସତ୍ୱରେ ଭ୍ରମରେ କରନ୍ତେ ସରାଗ l

ସୁନ୍ଦର, ଭାବୁକ ମନେ ବିବେଚନା

ଲୋକ ଉଃ ଉଃ କାକ କାଉ କାଉ ପ୍ରାତଃ କରେ ବଚରଚନା l03l


ଜଳରେ ସଭିଙ୍କ ଆଦର ଶ୍ରମିତ ଜାଳରେ ବର୍ଦ୍ଧିତ ଆଦର

କାମଦର ଦୂର ହୋଇଲା ପ୍ରେମୀଙ୍କ କାମେ ଶଙ୍କିତ ଦରଦୂର l

ଭୟରେ, ପତ୍ରହୀନ ବୃକ୍ଷ ଲତିକା

ପ୍ରଭାତ କାଳରେ ଅନୁରାଗ ବହି ଶୁଭ୍ର ଦେଖାଏ କୁଝଟିକା l04l


ନିଶିରେ ଗଗନେ ଶୋଭା ଛାୟାପଥ ଝିଙ୍କାରୀ ରିଶଭ ସଙ୍ଗୀତ

ଦିବସରେ କୀର ସପ୍ତମ ସ୍ୱରରେ ମନ ହୋଇଲା ବିମୋହିତ l

ସୁଜନେ, କିଅବା କରିବା ବର୍ଣ୍ଣନା l

ରସିକ ଜନ ମାନସରେ ମାତ୍ରକ ଏତିକି ହେଉ ବିବେଚନା l05l



Rate this content
Log in

Similar oriya poem from Fantasy