ମକର ସଂକ୍ରାନ୍ତି
ମକର ସଂକ୍ରାନ୍ତି
ଓଡ଼ିଆ ସଂସ୍କୃତିରେ ଅଛି ଅନେକ ପରବ
ସେଥିରେ ସଂକ୍ରାନ୍ତି ମହାନ ଅଟେ ଅତୀବ
ମକର ସଂକ୍ରାନ୍ତି ଅଟେ ଭାରି ସ୍ୱତନ୍ତ୍ର
ଜଗନ୍ନାଥ ସଂସ୍କୃତିରେ ଏହା ଅଟଇ ମୁଖ୍ୟ
ଋତୁ ଚକ୍ରରେ ଏହା ଭାରି ଦରକାରୀ
ସୂର୍ଯ୍ୟଙ୍କ ସ୍ଥିତିକୁ ସୂଚାଏ ଏହି ସଂକ୍ରାନ୍ତି
ସୂର୍ଯ୍ୟ ହୁଅନ୍ତି ଉତ୍ତରାୟଣ ଏହି ଦିନ
ଦକ୍ଷିଣ ଦିଗରୁ ବହେ ମନ୍ଦ ସମୀରଣ
ସୂର୍ଯ୍ୟଙ୍କ ଉତ୍ତାପ ବଢିବା ହୁଏ ଆରମ୍ଭ
ଶୀତ କମିବା ହୁଏ ଆରମ୍ଭ ଏହି ଦିନୁ
ସୂର୍ଯ୍ୟଙ୍କ ତାପକୁ ସହିବା ହୁଏ ଆରମ୍ଭ
ସହିବାକୁ ସେହି ଉତ୍ତାପ ହୁଏ ମକର
ସବୁ ଘରେ ମନ୍ଦିରେ ପ୍ରସ୍ତୁତ ହୁଏ ମକର
ଜଗନ୍ନାଥଙ୍କ ଏହି ଭୋଗ ଅଟଇ ପ୍ରିୟ
ପହିଲି ଭୋଗ ଓ ମୁଆଁ ପୂଜା ହୁଅ ସମାପ୍ତ
ପୁଣି ଏହି ଭୋଗ ମିଳିବ ଆସନ୍ତା ବରଷ
ନୂଆଁ ଚାଉଳ, ଗୁଡ଼, ଆଖୁ,ନାରିକେଳ ସହ
ନାନା ଜାତି ଫଳ ରେ ହୁଅ ମକର ପ୍ରସ୍ତୁତ
ବନ୍ଧୁ ବାନ୍ଧବ ସାହି ପଡିଶା ରେ ବାଣ୍ଟି ମକର
ଚାଲେ ଭାଇଚାରା ମିଳେଇ ଯାଏ ମନାନ୍ତର
ପରସ୍ପରରେ ଖୁଆଇ ମକର ବଡେ ବନ୍ଧୁତ୍ୱ
ନାମକୁ ନ ଧରି ପରସ୍ପର ଡାକନ୍ତି ମକର
ଦେଶର ସବୁ ରାଜ୍ୟରେ ପାଳନ୍ତି ଏହି ପରବ
ଯାହା ଭିନ୍ନ ନାମରେ ଜାଣେ ପ୍ରତି ରାଇଜ
ଦକ୍ଷିଣ ଭାରତରେ ହୁଏ ତିନି ଦିନ ଏହି ପର୍ବ
ଉତ୍ତର ଭାରତରେ ନିଆଁ ଜାଳି ପାଳନ୍ତି ଅନେକ
ପୂର୍ବ ଭାରତ ଓ ଓଡିଶାରେ ଚାଲେ ଗୁଡିଉଡ଼ା
ମକର ସଂକ୍ରାନ୍ତିକୁ ସ୍ୱତନ୍ତ୍ର ସ୍ଥାନ ଦିଏ ଓଡିଶା |
