STORYMIRROR

SRIKANTA PRADHAN

Classics

3  

SRIKANTA PRADHAN

Classics

ଭକ୍ତି ଓ ଭକ୍ତ

ଭକ୍ତି ଓ ଭକ୍ତ

1 min
209


ଭକତ ବତ୍ସଳ ହରି ଭକତ ଭାବେ ବିହରି

ଯୁଗେଯୁଗେ ଭକ୍ତ ଭକ୍ତି ଭାବରେ ବନ୍ଧା

ଭାବରେ କଲ ରମଣ ଗୋପପୁର ବାଳାଗଣ

ବୃନ୍ଦାବନ ଚନ୍ଦ୍ର କୃଷ୍ଣ ତ୍ରିଭଙ୍ଗୀ ଛନ୍ଦା

ଭକ୍ତିବଳେ ଭକ୍ତ ବିଦୁର

ଭୁଞ୍ଜାଇଲା ରମ୍ଭାଫଳ ବକ୍କଳ ଘର l


ଭାବରେ ଜପିଲା ଧ୍ରୁବ ସର୍ବୋଚ୍ଚ ଲଭିଲା ଠାବ

ଭକ୍ତିରେ ପ୍ରହ୍ଲାଦ ଇନ୍ଦ୍ରପଦ ପ୍ରାପତ

ଭକତିରେ ହନୁମାନ ନିଜେ ହେଲେ ଭଗବାନ

ଯୁଗେଯୁଗେ ବିଭୀଷଣ ଅମର ଖ୍ୟାତ

ଭାବରେ ଖୁଦଭଜା ଦେଇ

ଭାବଗ୍ରାହୀ କୋଟିନିଧି ସୁଦାମା ପାଇ l


ଭାବେ ଦାସିଆ ନଡ଼ିଆ ଲାଗିଲା ପ୍ରଭୁ ବଢିଆ

ବଢ଼ାଇ କର ତାହାର ହସ୍ତରୁ ନେଲ

ଭକ୍ତିରେ କରମା ବାଇ ଖେଚୁଡ଼ି ଥିଲା ଖୁଆଇ

ଗଣପତି ଭଟ୍ଟ ପାଇଁ ଗଣେଶ ହେଲ

ଭାବେ ସାଲବେଗ ପଠାଣ

ନାଚାଲିଲା ରଥ ଯେଣୁ କଲା ବନ୍ଧନ l


ଭକତ ଜୀବନ ଧନ ବୋଇଲେ ତୋ ଗୁଣ ଗାନ

ହୋଇବ ଖଣ୍ଡେ ପୁରାଣ ଧ୍ରୁବ ବଚନ

ଭକ୍ତିରେ ଡାକିଛି ଯିଏ ଉଦ୍ଧାର ହୋଇଛି ସିଏ

ଯୁଗେଯୁଗେ ଭକ୍ତି ଶ୍ରେଷ୍ଠ ଏହା ପ୍ରମାଣ

ଭକ୍ତିରେ ଭକତ ବତ୍ସଳ

ଭାଳେ ପ୍ରେମାନନ୍ଦ ବନ୍ଧା କାଳକୁ କାଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics