ନମଃ ଗଣେଶ
ନମଃ ଗଣେଶ


ଗଣନାଥ ହେ ଚରଣେ ନମସ୍କାର
ଅଗ୍ରସୁତା ସୁତ ରିଦ୍ଧି ସିଦ୍ଧି କାନ୍ତ
ଇନ୍ଦୁର ବାହାନେ ବିଜୟ କର l00l ଘୋଷା ll
ବିଘ୍ନେଶ୍ୱର ଏକଦନ୍ତ ଗଜାନନ
ବିଘ୍ନରାଜ ବିଘ୍ନ କର ହେ ଛେଦନ l
ଦେବେ କରି ସ୍ତୁତି ପ୍ରଭୁ ଗଣପତି
ସିଦ୍ଧ ବିନାୟକ ହେ ଲମ୍ବୋଦର l01l
ବକ୍ରତୁଣ୍ଡ ମହାକାୟ ବୁଦ୍ଧିଦାତା
ଜ୍ଞାନରେ କ୍ଷଣକେ ବ୍ରହ୍ମାଣ୍ଡ ବିଜେତା l
ମୋଦକରେ ପ୍ରିୟ ଗଉରୀଙ୍କ ସ୍ନେହ
ରୁଧିର ହିଙ୍ଗୁଳ ବର୍ଣ୍ଣ ଶରୀର l02l
କୋଟି ସୂର୍ଯ୍ୟସମ ଦିଶେ ତୁମ ଦ୍ୟୁତି
ଦେବ ସୁର ନର ପାଦେ କରି ସ୍ତୁତି l
ବିଘ୍ନ ନାଶ କର ହେ ବିଘ୍ନଈଶ୍ୱର
ଅଙ୍କୁଶ ପାଶକୁ ଧରି ଶ୍ରୀକର l03l
ଚରଣରେ ବନ୍ଦେ ପ୍ରେମାନନ୍ଦେ ଦୀନ
ଅକିଞ୍ଚେ କିଞ୍ଚିତେ ବିଦ୍ୟା କର ଦାନ l
ମୂଷା ରୂପେ ଯମ ଚରଣେ ବନ୍ଧନ
କିବର୍ଣ୍ଣିବି ଛାର ଯଶ ତୁମର l04l
ଗରବ ଗଞ୍ଜନ କେତନ ତୁମର
ଶେଷ କରିଦେଲ କୁବେର ଭଣ୍ଡାର l
ଜ୍ଞାନେ ଜ୍ୟୋଷ୍ଠ ଭ୍ରାତ କଲ ପରାଜିତ
ପ୍ରେମାନନ୍ଦ ଦାସ କଞ୍ଜ ପୟର