STORYMIRROR

SRIKANTA PRADHAN

Classics

4  

SRIKANTA PRADHAN

Classics

ଯୁଗେ ଯୁଗେ ଅବତାର🙏🙏🙏🙏🙏🙏🙏

ଯୁଗେ ଯୁଗେ ଅବତାର🙏🙏🙏🙏🙏🙏🙏

1 min
338



ଯୁଗେଯୁଗେ ଅବତର ନିବାର ମେଦିନୀ ଭାର

ପତିତପାବନ ପ୍ରଭୁ ଜଗତନାଥ l

ସତ୍ୟଯୁଗ ବେଳରେ ଜଳପ୍ରଳୟ କାଳରେ

ବେଦ ଉଦ୍ଧାରିଲ ନାଶି ଦର ଦଇତ l

ସୁରାସୁର ସିନ୍ଧୁ ମନ୍ଥନେ

ପୃଷ୍ଠେ ମନ୍ଦର କଚ୍ଛପ ରୂପେ ଧାରଣ l01l


ହିରଣ୍ୟ କଶିପୁ ନାଶି ମେଦିନୀ ଭାରା ଉଶ୍ୱାସୀ

ଦନ୍ତାଗ୍ରେ ଧରଣୀ ପ୍ରଭୁ କଲ ଧାରଣ l

ନରସିଂହ ମୂର୍ତ୍ତି ଧରି ହିରଣାକ୍ଷକୁ ବିଦାରି

ପ୍ରହଲ୍ଲାଦ ସ୍ୱର୍ଗେ ଇନ୍ଦ୍ର ପଦେ ସ୍ଥାପନ l

ଦଳି ବଳି ହୋଇ ବାମନ

ପର୍ଶୁରାମ ରୂପେ କ୍ଷତ୍ରୀକୁଳ ଉଚ୍ଛନ୍ନ l02l


ରାମ ରୂପେ ରାମା ଧରି ଦଣ୍ଡକ ବନେ ବିହରି

ସୀତା କରୁ ଚୋରି ନାଶି ରାବଣ ବଂଶ l

ହୋଇ ବଳରାମ ରୂପ ନାଶି ଧେନୁକା କୌଣପ

ହଳହତି ଘେନି ପୃଥ୍ୱୀ କଲ ଆକର୍ଷ l

ବୁଦ୍ଧ ରୂପ ନୀଳକନ୍ଦର

ଭୁଜଟେକି ଭକତଙ୍କୁ ଦେଉଛ ବର l03l


ଅନ୍ତେ କଳ୍କୀରୂପ ହେବ ମ୍ଳେଛ ବିନାଶ କରିବ

ମହୀରେ କରିବ ପୁନଃ ଧର୍ମ ସ୍ଥାପନ l

ଯୁଗ ସମ୍ଭବ ଶ୍ରୀହରି ଯୁଗେଯୁଗେ ଅବତରି

ଦୁଷ୍ଟ ନାଶି ସନ୍ଥଜନ କର ପାଳନ l

ଶ୍ରୀପଦେ କୋଟି ଦଣ୍ଡବତ

ପ୍ରେମାନନ୍ଦ ଡାକେ ରଖ ହେ ଜଗନ୍ନାଥ l04l



Rate this content
Log in

Similar oriya poem from Classics