STORYMIRROR

Kabiratna Nutan Kumar Behera

Action Fantasy Inspirational

4  

Kabiratna Nutan Kumar Behera

Action Fantasy Inspirational

ନିଜ ଢ଼ୋଲ ନିଜେ ପିଟ

ନିଜ ଢ଼ୋଲ ନିଜେ ପିଟ

1 min
22

 

ସାରା ଦୁନିଆଁରେ ଚାଲେ ହୁରିହାଟ

ଯେ ଯାହାର ଚାଲନ୍ତି ଦେଖି ସୁବିଧା ବାଟ

ବାଘ ଘରେ ଚାଲିଛି ତ ମିରିଗ ନାଟ

ଭାଇ ନିଜ ଢ଼ୋଲ ନିଜେ ପିଟ

ଅନ୍ୟ କାହାକୁ ଦେଲେ ବାହାରିବ ଫାଟ

କିଏ ତାର କି ଲୟ ତାଳରେ ମାରିବ କାଟ

ଅଯଥା ବଢିଯିବ ନିଜର ଝିଞ୍ଜଟ

ଏଠି ସଭିଏଁ ତ ପୋଖତ ବାଜାବାଲା 

ଘରେ ତାଲା ଦାଣ୍ଡଦୁଆର ଯାକ ଖୋଲାମେଲା

ବସିବାକୁ ବେଳ ନାହିଁ ହୁଏ ଠିଆ ପାଲା

ସଭିଙ୍କୁ ଶୁଭେ ବାଜା କେହି ନୁହଁନ୍ତି କାଲା

ଯେମିତି ଗୁରୁକୁ ସେମିତି ଚେଲା

ନହେଲେ ବଢ଼ିଯାଏ ବାର ଝାମେଲା

ହୁଏନା ସୁଧାରି ଆସେ ସଂକଟ ପରେ ସଂକଟ

ଏଣୁ ଭାଇ ନିଜ ଢ଼ୋଲ ନିଜେ ପିଟ

ଏଠି ଦେଖେ ନାହିଁ କେହି ପରର ସୁଖ ଶିରୀ

ପ୍ରଶଂସା କରିବାକୁ ପାଟି ଥତଥମ ଯାଏ ଥରି

ନିନ୍ଦା ଗାଇବାକୁ ଆସେ ଦଳବଳ ଧରି

ନିଜର ମଳ ତ ବାସେ କସ୍ତୁରୀ କସ୍ତୁରୀ

ଅନ୍ୟର ବେଳକୁ ପକାଏ ବାନ୍ତି କରି

ପେଞ୍ଚ ପାଞ୍ଚରେ ଚାଲେ କଥାର ଚାତୁରୀ

ମାନ ମହତ ବାଟରେ ପଡ଼ି ଗଡ଼ି ଯାଏ ହାଟ

ଭାଇ ନିଜ ଢ଼ୋଲ ନିଜେ ପିଟ

ତଣ୍ଟି ଫଟାଇ ଆଉ ମାରନା କାହାକୁ କୁହାଟ

ଆଜିକାଲି ଅବଧାନେ ଯେତେ ମାରିଲେ ଛାଟ

ହେଉନି ତ ଆଉ ଆଗ ଭଳି ଅସଲ ପାଠ

ସବୁ ତ ଅଳିଆରୁ ହେଉଛି ଗଜା

ବେଉଷଣକୁ ନାହିଁ ତର ବାଜେ ଖାଲି ବାଜା

ଏଠି ପରଜା ନୁହଁନ୍ତି କେହି ସଭିଏଁ ରାଜା

ଚାହାଁନ୍ତି ପିନ୍ଧିବାକୁ ମୁଣ୍ଡରେ ମୁକୁଟ

କରନ୍ତିନି କାମ ହୁକୁମ ଦିଆହୁଏ କର ଚଟାପଟ

ଭାଇ ନିଜ ଢ଼ୋଲ ନିଜେ ପିଟ

ସେବା ନଦେଇ ସେବା ପାଇବା ହୁଏ ଖୋଜା

ଖୋଲେ ନାହିଁ ନିଷ୍ଠୁର ପାଷାଣର ହୃଦୟ ଦରଜା

ଦହିର ସ୍ବାଦ ଜାଣି ବି କୁହା ହୁଏ ପର ଦହିକୁ ଖଟା

ବେଲୁନ୍ ପରି ସବୁ ଫୁଲନ୍ତି କରନ୍ତି ଥଟ୍ଟା 

ଅକଳିଆର ମନଟା ତ ଭାରି ମୋଟା

ଜୀବନ ବହିର ଭିତର ପୃଷ୍ଠାରେ ଲେଖା ଯା' ଥାଉ

ଦାମ୍ ରେ ବିକିବାକୁ ବଢ଼ାହୁଏ ତାର ଭାଉ

ରଙ୍ଗରଙ୍ଗିଆ ଚହଟିଆ କରି ତା' ମଲାଟ

ରଙ୍ଗ ତୂଳୀରେ ଆଙ୍କି ସୁନ୍ଦରିଆ ସବୁ ଫୋଟ

ବାଜା ଶବଦରେ ଜମିଯାଏ ଉଦୁମା ନାଟ

ଭାଇ ନିଜ ଢ଼ୋଲ ନିଜେ ପିଟ ।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action