STORYMIRROR

Bishnoswari Patra

Romance Fantasy

4  

Bishnoswari Patra

Romance Fantasy

ନୂତନ ଆରମ୍ଭ, ନୂତନ ତୁମେ

ନୂତନ ଆରମ୍ଭ, ନୂତନ ତୁମେ

1 min
11

ନବ ବର୍ଷ ର ଆରମ୍ଭ,

ଖାଲି ବର୍ଷ ତ ନୁହଁ,

ନୂତନ ଜୀବନର ଆରମ୍ଭ ମଧ୍ୟ

ଆଉ ତମେ ବି ତ ନୂଆ.......

ନୂଆ ସକାଳର ସୁନେଲି କିରନେ

ନୂତନ ଭବନାରେ ହଜିଯାଏ ମନ

କେତେ ନୂଆ ରଙ୍ଗୀନ ସ୍ଵପ୍ନ

ନୂତନ ସେ ଅସୁମାରୀ ଆଶା.....

ତମେ ଯେବେ ଆସିଲ, ସବୁଲାଗେ ନୂଆ

ମାଳମାଳ ନୂତନ ସ୍ୱପ୍ନରେ,

ଆଖିପଳକ ହୁଏ ଅଧିର,

ପାରିବକି ନୂତନ ମନରେ ଟିକେ ଖୁସି ବୁଣି

ଓଠରେ ନୂତନ ହସ....

ନୂତନ ଫୁଲରେ କି ଭରିପରିବ ମହକ

ଚଉଦିଗ ରେ କି ବୁଣି ପାରିବ ବାସ

ତୃଷାର୍ତ୍ତ ଭ୍ରମର ସାଜି,

ଖୋଜିପାରିବ ତ ମିଠା ପରଶ...

ବିବହରୁପୀ ପୁସ୍ତକର ପ୍ରତିଟି ପୃଷ୍ଠାରେ

କବି ଟିଏ ସାଜି ପାରିବ ତ ଲେଖି 

ନୂତନ ପ୍ରେମର କବିତା...।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance