ନିସ୍ୱାର୍ଥପର ସେ କ୍ୟାଲେଣ୍ଡର
ନିସ୍ୱାର୍ଥପର ସେ କ୍ୟାଲେଣ୍ଡର
ତତେ କିଏ ବା ନ ଜାଣେ ,
ଛୋଟ ଛୁଆଠାରୁ ବୃଦ୍ଧ ବ୍ୟକ୍ତି ଯାଏ,
ସଭିଙ୍କ ସାଥେ ତୋ ପରିଚୟ
ତତେ କିଏ ବା ନ ଖୋଜେ
ବର୍ଷା ,ମାସ ,ଦିନ ତ ସବୁ ତତେ ଜଣା।
ଖୁସିଭରା ଦିନ ରାତି ଅନେକ ଅଭୁଲା ସ୍ମୃତି
ବିଶ୍ରାମହୀନ ପୁଣି ଅନେକ ଘଟଣା ।
ଧନୀ ହେଉ କି ଗରୀବ ,
ସଭିଙ୍କର ତୁ ହେଉ ନିଇତି ଲୋଡା
ପ୍ରାସାଦ ହେଉ ବା କୁଡିଆ
ସଭିଙ୍କ କାନ୍ଥରେ ତୁ ହେଉ ଟଣା ।
ଜାନୁଆରୀ ମାସରେ ଜନମ ତୋହର,
ଡିସେମ୍ବର ହେଲେ ଆୟୁ ହୁଏ ଶେଷ
ନିଶ୍ୱର୍ଥାପରର ବାର୍ତ୍ତା ଦେଇ
ବଦଳୁଥାଉ ପ୍ରତିବର୍ଷ।
ରାଗ ,ଅଭିମାନ ମାନ ,ସ୍ୱାଭିମାନ
ବାପାମାଆଙ୍କ ଆକଟ ଆଉ ଭଲପାଇବା
ଭୁଲିଛି ଅନେକ ତାରିଖ
ଭୁଲିଛି ଅନେକ କଥା।
ନ ଅଛି ଆଖି ,ହେଲେ ସବୁ ଦେଖୁଥଊ
ନା ଅଛି କାନ,ହେଲେ ସବୁ ସୁନୁଥାଉ
ନା ଅଛି ହୃଦୟ ହେଲେ ବୁଝୁ
ସବୁରି ମନର ବ୍ୟଥା ।
କାମ ସରିଗଲେ ଫିଙ୍ଗା ହେଉ ତୁହି
ହେଲେ ମନରେ ନାହି,
ତୋର ଟିକେ ବି ସ୍ୱାର୍ଥ
ମାନବ ସମାଜକୁ ଏହି ବାର୍ତ୍ତା ଦେଉ
ନିସ୍ୱାର୍ଥପରର ସୂତ୍ର।।
