ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ
ସାଧାରଣତନ୍ତ୍ର ଦିବସରେ ଅଭିନନ୍ଦନ
1 min
205
ଅଭିନନ୍ଦନ ହେ ଭାରତବାସୀ ଅଭିନନ୍ଦନ
ଏକତାର ବଳେ ଆମେ ଦିନେ ହେଲା ସ୍ଵାଧୀନ
ସ୍ଵାଧୀନ ହେଲା ସତ ହେଲେ
ଆମ ପାଇଁ ନଥିଲା କିଛି ଆଇନ।
ନେହେରୁ ରାଜେନ୍ଦ୍ର ପ୍ରସାଦଙ୍କ ଭଳି ମହାମନିଷୀ
ଦେଶ ପାଇଁ ଲେଖିଗଲେ ସମ୍ବିଧାନ
ଦୀର୍ଘ ୨ବର୍ଷ ୧୧ମାସ ୧୮ ଦିନରେ
ଲେଖା ହେଲା ସମ୍ପୂର୍ଣ୍ଣ।
ଶ୍ରେୟ ଆମ ସମ୍ବିଧାନ ପ୍ରଣେତା
ଧନ୍ୟ ସେ ଭୀମରାଓ ଆମ୍ବେଦକର
ଆଜିର ଦିନରେ ଆମେ ହେଲେ ସ୍ଵତନ୍ତ୍ର
ସମ୍ବିଧାନ ହେଲା ପ୍ରଣୟନ
ଭଲ ପାଇଁ ସମ୍ମାନ ଆଉ ଭୁଲ୍ ପାଇଁ ଦଣ୍ଡବିଧାନ।
ଜାତି ଧର୍ମ ବର୍ଣ୍ଣରେ କେହି ନୁହେଁ ବଡ଼ କି ସାନ
ସମସ୍ତଙ୍କ ପାଇଁ ଗୋଟିଏ ସମ୍ବିଧାନ
ଗୌରବ ଆଜି ଆମେ ଖୁସି ଆମ ମନ
ଶୀର୍ଷରେ ପାଦ ପକେଇଛି ଆଜି ତାଙ୍କ ଅକ୍ଲାନ୍ତ ପରିଶ୍ରମ।
