STORYMIRROR

Bishnoswari Patra

Classics Fantasy

3  

Bishnoswari Patra

Classics Fantasy

ନାରୀ

ନାରୀ

1 min
204

ନାରୀ ସେ କେବେ ସୃଷ୍ଟିକାରୀଣୀ

ସାଜି ପୁଣି କେବେ ସୃଷ୍ଟି ସଂହାରିଣୀ।


କନ୍ୟା ରୂପେ ଅଲିଅଳ କୂଳର ନନ୍ଦିନୀ

ଭଉଣୀ ବୋଲଇ ସିଏ ସେନେହ ରଙ୍କୁଣି।


ବୋହୂ କେବେ ପୁଣି,

ଧନ ଜନ ଲକ୍ଷ୍ମୀ ପ୍ରୀତିର ଘରଣୀ।


ପତ୍ନୀ ରୂପେ ଦିଏ ସେ ଯେ ପ୍ରୀତିର ପରିଚୟ

ନାରୀ ପୁଣି ମାଆ ହୁଏ ସଦା ପୂଜନୀୟ।


ଶାନ୍ତ ଥିଲେ ସେଜେ ଲକ୍ଷ୍ମୀ ସରସ୍ଵତୀ ,

ଧନ ବୁଦ୍ଧି ପ୍ରଦାୟିନି ।


ଉଗ୍ର ହେଲେ ସାଜଇ ଯେ ଦୂର୍ଗା

ଦୁଷ୍ଟ ସଂହାରିଣୀ।


କେବେ ଫୁଲ ପୁଣି କେବେ ସେ ନିଆଁ

ନିଜ ଚେହେରାରେ ନିଜେ ଆଇନା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics