STORYMIRROR

Bishnoswari Patra

Inspirational

3  

Bishnoswari Patra

Inspirational

ମୁଁ ଜଣେ କନ୍ୟା

ମୁଁ ଜଣେ କନ୍ୟା

1 min
219


ଥିଲି ମୁଁ ଦିନେ କନ୍ୟା ଭ୍ରୁଣ  ଆଜି ଦେଖିଲି ଦୁନିଆଁ ।

ପରିଚୟ ଦେବି ଏ ବିଶ୍ୱକୁ ମୁଁ ଜଣେ ଶିଶୁକନ୍ୟା ।।


କନ୍ୟାରୂପି ମୁହିଁ ଲକ୍ଷ୍ମୀ ସରସ୍ୱତୀଙ୍କ ଅଂଶ।

ଯୁଗେ ଯୁଗେ ଯା ଚରଣେ ମୁଣ୍ଡ ନୂଆଏ ବିଶ୍ୱ ।।


ବାପାମାଆଙ୍କର ଗେହ୍ଲା ଝିଅ ମୁହିଁ ଭାଇର ନୟନ ତାରା

ପତିଙ୍କର ଦିନେ ପ୍ରେମମୟୀ ମାଆ ପୁଣି ମମତା ଭରା ।।


ଜୟା ଜନନୀ ଭଗିନୀ ରୂପେ ମୁଁ ଜିଣିଛି ଜଗତ 

ପତାଳରୁ ଆକାଶ ସବୁଠି ମୋହରି ସନ୍ତତ ।।


ମୁହିଁ ନାରୀ ମୁହିଁ ଦେବି ମୁହିଁ ଦଶଭୁଜା।

ନାଚିବି ଗାଇବି ସବୁଠି ବୁଲିବି ନାହିଁ ମୋର ।


ସରଗର ମୁହିଁ ଅମୃତ କନ୍ୟା ମୁହିଁ ନାରୀ ମୁହିଁ ଦେବୀ।

ନଚିବି ଗାଇବୀ ଆନନ୍ଦେ ବୁଲିବି ସଭିଙ୍କ ସେନେହ ପାଇଁ ।।


ଆଜି ନୁହେଁ ନାରୀ ଚିରଦିନ ଅତ୍ୟାଚାର ।

 ଜନମିଚି ଆଜି ଦୋଷୀକୁ ନିଶ୍ଚେ କରିବି ସଂହାର ।।


ପ୍ରଯୁଜ୍ୟ ନୁହେଁ ମୋ ପାଇଁ ଅବଳା ଦୁର୍ବଳ ସମ୍ମାନ ।

ଜାଣିବ ଦୁନିଆ ସେ କଣ୍ଢେଇ ସର୍ବଶକ୍ତିମାନ।।

ହେ ବିଶ୍ୱବାସୀ 

ଭାବିଚ ଯଦି ଗଢ଼ିବା ବୋଲି ନିଜ ଭବିଷ୍ୟ।

ମାତୃରୂପୀ ସେ ନାରୀକୁ ଟିକେ ସମ୍ମାନ ଦେଇ ଶିଖ। 


ଏ ବିଶ୍ୱ ଦୁଆରେ ଆଜି ଗୋଟିଏ ଭିକ୍ଷା।

ପ୍ରଯୁଜ୍ୟ ମୋ ପାଇଁ ଟିକେ ସମ୍ମାନ ସୁରକ୍ଷା।। 

ଏ ଭିକ୍ଷୁକ ଦିନେ ହେବା ଭଗବାନ।

ଗଢ଼ିବ ଯେବେ ଏ ସଂସ୍ଥା ନାରୀ ସଶକ୍ତିକରଣ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational