ପୁଷ୍ୟାଭିଷେକ
ପୁଷ୍ୟାଭିଷେକ
ଋତୁ ଚକ୍ରରେ ଏବେ ପୌଷ ମାସ ସରିଛି
ମାଘ ମାସ ଆସିବାକୁ ଜଗି ବସିଛି
ପୁଷ ପୁର୍ଣିମାରେ ରାମଚନ୍ଦ୍ର ଫେରିଲେ
ଅଯୋଧ୍ୟା ନାଗରୀରେ ରାଜ୍ୟାଭିଷେକ ହେଲେ
ରାଜାଧୀରାଜ ବେଶରେ ପ୍ରଭୁ ଦେଲେ ଦର୍ଶନ
ରାଜା ଗାଦିରେ ବସି ରାଜ୍ୟ ହେଲା ଶୋଭାବନ
ପ୍ରଜାମାନେ ଅପେକ୍ଷାରେ ଥିଲେ ବାର ବରଷ
ପୌଷ ପୁର୍ଣିମାରେ ସର୍ବେ ହେଲେ ହରଷ
ରାଜସୀକ ବେଶରେ ପ୍ରଭୁ ଦେଲେ ଦର୍ଶନ
ଭକତ ଜନଙ୍କ ପଖାଳି ହେଲା ଦୁଇ ନୟନ
ସେହି କୋଦଣ୍ଡଧାରୀ ପ୍ରଭୁ ଶ୍ରୀରାମ
ହୋଇଥିଲେ ନଟ ନାଗର ପ୍ରଭୁ ଶ୍ରୀକୃଷ୍ଣ
ସେ ହିଁ ଉଭା ନୀଳକନ୍ଦରେ ଶ୍ରୀଜଗନ୍ନାଥ
ବାର ମାସେ ହୁଏ ବାର ବେଶ ପ୍ରଭୁଙ୍କର
ପୌଷ ପୂର୍ଣ୍ଣମୀରେ ପ୍ରଭୁ ବେଶ ଶ୍ରୀରାମଙ୍କର
ରାଜାଧୀରାଜ ବେଶରେ ପ୍ରଭୁ ଭାରି ସୁନ୍ଦର
ଅଭିଷେକ ହୁଅନ୍ତି ଜଗନ୍ନାଥ ହୋଇ ରାଜବେଶ
ଆସ ସଙ୍ଗାତ, ଆସ ମକର, ଆସ ବଉଳ
ଆସ ବନ୍ଧୁବନ୍ଧବ, ଆସ ସଖୀ ଯିବା ଶିରୀକ୍ଷେତର
ଦର୍ଶନ କରିବା ଜଗନ୍ନାଥଙ୍କୁ ହୋଇଛନ୍ତି ଶ୍ରୀରାମ ବେଶ
ଅଲୌକିକ ବେଶ କରି ଦର୍ଶନ ପଖାଳିବା ନେତ୍ର
ଦେଖିଦେଲେ ଥରେ ସେ ଅପରୂପ ବେଶ
କୋଟି ଜନ୍ମର ପାତକ ହୋଇବ ନାଶ |
