STORYMIRROR

Dr. Rajib Lochan Panigrahy

Children Stories Classics Fantasy

4  

Dr. Rajib Lochan Panigrahy

Children Stories Classics Fantasy

ପୁଷ୍ୟାଭିଷେକ

ପୁଷ୍ୟାଭିଷେକ

1 min
11


ଋତୁ ଚକ୍ରରେ ଏବେ ପୌଷ ମାସ ସରିଛି

ମାଘ ମାସ ଆସିବାକୁ ଜଗି ବସିଛି

ପୁଷ ପୁର୍ଣିମାରେ ରାମଚନ୍ଦ୍ର ଫେରିଲେ

ଅଯୋଧ୍ୟା ନାଗରୀରେ ରାଜ୍ୟାଭିଷେକ ହେଲେ

ରାଜାଧୀରାଜ ବେଶରେ ପ୍ରଭୁ ଦେଲେ ଦର୍ଶନ

ରାଜା ଗାଦିରେ ବସି ରାଜ୍ୟ ହେଲା ଶୋଭାବନ

ପ୍ରଜାମାନେ ଅପେକ୍ଷାରେ ଥିଲେ ବାର ବରଷ

ପୌଷ ପୁର୍ଣିମାରେ ସର୍ବେ ହେଲେ ହରଷ

ରାଜସୀକ ବେଶରେ ପ୍ରଭୁ ଦେଲେ ଦର୍ଶନ

ଭକତ ଜନଙ୍କ ପଖାଳି ହେଲା ଦୁଇ ନୟନ

ସେହି କୋଦଣ୍ଡଧାରୀ ପ୍ରଭୁ ଶ୍ରୀରାମ 

ହୋଇଥିଲେ ନଟ ନାଗର ପ୍ରଭୁ ଶ୍ରୀକୃଷ୍ଣ

ସେ ହିଁ ଉଭା ନୀଳକନ୍ଦରେ ଶ୍ରୀଜଗନ୍ନାଥ

ବାର ମାସେ ହୁଏ ବାର ବେଶ ପ୍ରଭୁଙ୍କର

ପୌଷ ପୂର୍ଣ୍ଣମୀରେ ପ୍ରଭୁ ବେଶ ଶ୍ରୀରାମଙ୍କର

ରାଜାଧୀରାଜ ବେଶରେ ପ୍ରଭୁ ଭାରି ସୁନ୍ଦର

ଅଭିଷେକ ହୁଅନ୍ତି ଜଗନ୍ନାଥ ହୋଇ ରାଜବେଶ

ଆସ ସଙ୍ଗାତ, ଆସ ମକର, ଆସ ବଉଳ

ଆସ ବନ୍ଧୁବନ୍ଧବ, ଆସ ସଖୀ ଯିବା ଶିରୀକ୍ଷେତର

ଦର୍ଶନ କରିବା ଜଗନ୍ନାଥଙ୍କୁ ହୋଇଛନ୍ତି ଶ୍ରୀରାମ ବେଶ

ଅଲୌକିକ ବେଶ କରି ଦର୍ଶନ ପଖାଳିବା ନେତ୍ର

ଦେଖିଦେଲେ ଥରେ ସେ ଅପରୂପ ବେଶ

କୋଟି ଜନ୍ମର ପାତକ ହୋଇବ ନାଶ |



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍