STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ବାପୁ ତୁମେ ଚାଲି ଗଲ

ବାପୁ ତୁମେ ଚାଲି ଗଲ

1 min
5


ବାପୁ ତୁମେ ଚାଲି ଗଲ 

       ସ୍ମୃତି ହୋଇ ମାନସ ପଟେ ରହି ଗଲ

ସାବରମତୀ ସନ୍ଥ ତୁମେ ହୋଇ ଥିଲ

        ଦୀନ ଦୁଃଖୀ ଙ୍କ ପାଇଁ ମହାତ୍ମା ସାଜିଲ

ସମୟ ଦେଖି ସର୍ବଦା କାମ କରିଲ

         ଗୋରା କଳା ଭେଦ ତୁମେ ଦୂର କଲ

ଲବଣ ସତ୍ୟାଗ୍ରହ କରି ଲବଣ ମାରିଲ 

         ଇତିହାସରେ ଦାଣ୍ଡି ଯାତ୍ରା କୁ ପ୍ରସିଦ୍ଧ କଲ

ଅଗଷ୍ଟ ପନ୍ଦର ରେ ତୁମେ ଦେଶ ସ୍ୱାଧୀନ କଲ

       ତ୍ରିରଙ୍ଗା ପତାକା ଆମ ଦେଶେ ଉଡାଇ ଦେଲ

ତିରିଶି ଜାନୁଆରି ରେ ବିରଲା ଭବନ କୁ ଯାଇ ଥିଲ

     ରଘୁପତି ରାଘବ ନାମ ନେଉ ଥିଲ

ନାଥୁ ରାମ ଗଡସେ ର ଗୁଳି ରେ 

ତୁମେ ଦେହ ଛାଡିଲ

       ହେ ରାମ କହି ଈଶ୍ୱରଙ୍କ ପାଦେ ତୁମେ ଲୀନ ହେଲ

ତୁମେ ଜାତିର ଜନକ ହୋଇ ସଦା ରହିଲ

       ତୁମରି ଅହିଂସା ମାର୍ଗ କୁ ଆମକୁ ଦେଖାଇ ଗଲ ।



Rate this content
Log in

Similar oriya poem from Fantasy