STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ବାପୁ ତୁମେ ଚାଲି ଗଲ

ବାପୁ ତୁମେ ଚାଲି ଗଲ

1 min
12


ବାପୁ ତୁମେ ଚାଲି ଗଲ 

       ସ୍ମୃତି ହୋଇ ମାନସ ପଟେ ରହି ଗଲ

ସାବରମତୀ ସନ୍ଥ ତୁମେ ହୋଇ ଥିଲ

        ଦୀନ ଦୁଃଖୀ ଙ୍କ ପାଇଁ ମହାତ୍ମା ସାଜିଲ

ସମୟ ଦେଖି ସର୍ବଦା କାମ କରିଲ

         ଗୋରା କଳା ଭେଦ ତୁମେ ଦୂର କଲ

ଲବଣ ସତ୍ୟାଗ୍ରହ କରି ଲବଣ ମାରିଲ 

         ଇତିହାସରେ ଦାଣ୍ଡି ଯାତ୍ରା କୁ ପ୍ରସିଦ୍ଧ କଲ

ଅଗଷ୍ଟ ପନ୍ଦର ରେ ତୁମେ ଦେଶ ସ୍ୱାଧୀନ କଲ

       ତ୍ରିରଙ୍ଗା ପତାକା ଆମ ଦେଶେ ଉଡାଇ ଦେଲ

ତିରିଶି ଜାନୁଆରି ରେ ବିରଲା ଭବନ କୁ ଯାଇ ଥିଲ

     ରଘୁପତି ରାଘବ ନାମ ନେଉ ଥିଲ

ନାଥୁ ରାମ ଗଡସେ ର ଗୁଳି ରେ 

ତୁମେ ଦେହ ଛାଡିଲ

       ହେ ରାମ କହି ଈଶ୍ୱରଙ୍କ ପାଦେ ତୁମେ ଲୀନ ହେଲ

ତୁମେ ଜାତିର ଜନକ ହୋଇ ସଦା ରହିଲ

       ତୁମରି ଅହିଂସା ମାର୍ଗ କୁ ଆମକୁ ଦେଖାଇ ଗଲ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy