ସନ୍ଧ୍ୟା ରୋମାଞ୍ଚ
ସନ୍ଧ୍ୟା ରୋମାଞ୍ଚ
ଉଷାକାଳ ଛବି
ଶୋଭାର ପସରା
ପୂର୍ବାହ୍ଣ କୈଶୋର
ରଙ୍ଗ ବୋଳା
ନବଯୌବନର
ଅବିର ପରଶେ
ମଧ୍ୟାହ୍ନ ବେଳରେ
ପ୍ରେମର ଦୋଳା l
ଯେବେ ସନ୍ଧ୍ୟା
ଧୀରେ ନଇଁଆସେ
ଧରଣୀ ବକ୍ଷେ
ଗୋଧୂଳି ବସନ ପିନ୍ଧି
ସ୍ବର୍ଗୀୟ ସୁଷମା
ଶୋଭାବନ୍ତ କରେ
ସକଳ କେବଳ
ଜଗତ ଜୀବନ ନିଧି l
ମୋ ଜୀବନେ ଖେଳୁଛି
ସନ୍ଧ୍ୟା ମାଧୁରୀ
ସେଇ ସଂଧ୍ୟାର
ରାଗ ମୂର୍ଚ୍ଛନା
ପ୍ରତି ଅଙ୍ଗେ ମୋର
ସନ୍ଧ୍ୟାରୋମାଞ୍ଚ
ପ୍ରଣୟିନୀ ସନ୍ଧ୍ୟାର
ମଧୁ କାମନା l