ଆଶା ଅସୁମାରୀ ........ -------------------
ଆଶା ଅସୁମାରୀ ........ -------------------
ଆଶା ଅସୁମାରୀ ........
--------------------------------
ଆଉ କଥା କହୁନାହିଁ
କଲମ ମୋର,
ଯେବେ ଠୁ ପ୍ରିୟା ତୁ
ହୋଇଲୁ ଦୂର l
ମୁଁ କି ଜାଣିଥିଲି
ଏ ଛନ୍ଦ କରି,
ମୋ ପ୍ରିୟା ଭାଙ୍ଗିବ
ମୋ ସ୍ବପ୍ନପୂରୀ l
ଭାବିଥିଲି ମୋ
ଜୀବନ କୁଞ୍ଜେ,
ହସୁଥିବ ଜନ୍ହ
ସକାଳ ସଂଜେ l
ଖେଳୁଥିବ ସଦା
ମଧୁ ମଳୟ,
ବାସନ୍ତୀ ମାଧୁର୍ଯ୍ୟ
ରାସ ଅମିୟ l
ତୁଟିଯାଇଛି ମୋର
ସେ ସବୁ ସ୍ବପ୍ନ,
କେବଳ ରହିଛି
ସ୍ମୃତି ତଳପ l
ସେଇ ମୋର ଏବେ
ଜୀବନ ରାହା,
ଯେତେ ଦୂରେ ପଛେ
ରହୁ ମୋ ପ୍ରିୟା l
ତଥାପି ଭାବୁଛି
ଏ
ଲେଖା ମୋ ପଢି,
ଲେଉଟି ଆସିବ
ମୋ କୁସୁମ କଢି l
ଆସି ଫୁଟିଯିବ
ଗନ୍ଧ ଚହଟାଇ,
ମୋ ଜୀବନେ ହସିବ
ମାଳତୀ ଯୁଇ .....
************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା,
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

