ମୁଗ୍ଧା ଅଳକନନ୍ଦା ....... ----------------------
ମୁଗ୍ଧା ଅଳକନନ୍ଦା ....... ----------------------
ଦେଖିଥିଲି ତତେ
ବିପଣୀ ବିଥିକା ପରେ
କଳା କେଶେ ତୋର
ଝରି ପଡିଥିଲା
ସୁନାରି ଗଛରୁ
ହଳଦୀ ରଙ୍ଗ ଅବିର
ଦେଖିଥିଲି ତତେ
ଶରତ ଆକାଶ ତଳେ
ସୁନା ମୁହେଁଁ ତୋର
ଝରି ପଡିଥିଲା
ନୀଳ ଆକାଶର
ରୂପେଲି କର
ପୁଣି ଦେଖିଥିଲି ତତେ
ଅଳକା ବାଲିରେ
କହୁଥିଲା ଅଳକା ତୋର କାନେ
ଅଳକନନ୍ଦା ତୁ କାହିଁକି କରୁଛୁ ଲାଜ
ପ୍ରେମିକ ତୋର ଅପେକ୍ଷା କରିଛି
ତୋ ଓଠ ସୁଧା ଦେଇ
ତାକୁ
ତୃପ୍ତ କର ଘନ ଆଲିଙ୍ଗନେ.........
****************************
ଅଧ୍ଯାପକ ପ୍ରଶାନ୍ତ କୁମାର ବେହେରା
ରାଜନୀତି ବିଜ୍ଞାନ ବିଭାଗ,
ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,
ଜଗତସିଂହପୁର l
ଦୂରଭାଷ - ୯୪୩୭୧୩୫୯୧୬

